Latest Odisha News

ମୃତ୍ୟୁର ୨୧ ମାସ ପରେ ମିଳିଲା ନ୍ୟାୟ; ୧୮ ବର୍ଷ ଧରି ଚାଲିଥିଲା ମକଦ୍ଦମା

ନୂଆଦିଲ୍ଲୀ: ମୃତ୍ୟୁର ୨୧ ମାସ ପରେ, ନିର୍ଦ୍ଦୋଷରେ ଖଲାସ ହେଲେ ବ୍ୟକ୍ତି। ଏଭଳି ଏକ ମାମଲା ସାମ୍‌ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମୃତ୍ୟୁ ପରେ ମିଳିଲା ନ୍ୟାୟ। ଛତିଶଗଡରୁ ଏମିତି ,କ ମାମଲା ସାମ୍‌ନାକୁ ଆସିଛି। ଜଣେ ବ୍ୟକ୍ତି ଦୁର୍ନୀତିର ଦାଗରୁ ମୁକ୍ତି ପାଇବା ପାଇଁ ନିଜ ଜୀବନ ପାଇଁ ସଂଗ୍ରାମ ଜାରି ରଖିଥିଲେ, କିନ୍ତୁ ନ୍ୟାୟ ମିଳିଲା ନାହିଁ। ବର୍ତ୍ତମାନ କୋର୍ଟ ମୃତ୍ୟୁର ୨୧ ମାସ ପରେ ତାଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି।

ଏହି ବ୍ୟକ୍ତି ଜଣଙ୍କୁ ନ୍ୟାୟ ମିଳିବାର ୨୧ ମାସ ପୂବର୍ରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାର ଶୁଣାଣି ଗତ ୧୮ ବର୍ଷ ଧରି ଚାଲିଥିଲା।

ଏହି ମାମଲା ଛତିଶଗଡର ଦୁର୍ଗ ଜିଲ୍ଲାର ଶିବ ପ୍ରସାଦଙ୍କର ଥିଲା। ୧୯୯୯ ମସିହାରେ, ଶିବ ପ୍ରସାଦଙ୍କୁ ଦୁର୍ଗରେ ଫରେଷ୍ଟ ବିଡ୍ ଗାର୍ଡ ଭାବରେ ପୋଷ୍ଟ କରାଯାଇଥିଲା। ଦିନେ କାଠ ଚୋରି ହେବାର ସୂଚନା ପାଇ ସେ ଘଟଣାସ୍ଥଳରେ ପହଞ୍ଚି କାଠ ଜବତ କରିଥିଲେ। ପରେ ଅଭିଯୁକ୍ତ ତାଙ୍କ ବିରୋଧରେ ୧୦୦୦ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ଆଣିଥିଲେ। ଏକ ସ୍ୱତନ୍ତ୍ର ଅଦାଲତରେ ଏହି ମାମଲାର ଶୁଣାଣି କରାଯାଇଥିଲା ଏବଂ ଶିବ ପ୍ରସାଦ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଦଣ୍ଡିତ ହୋଇଥିଲେ।

ସ୍ୱତନ୍ତ୍ର କୋର୍ଟର ଏହି ନିଷ୍ପତ୍ତି ବିରୋଧରେ ଶିବ ପ୍ରସାଦ ୨୦୦୩ ମସିହାରେ ହାଇକୋର୍ଟରେ ଆବେଦନ କରିଥିଲେ। ସେଠାରେ ମାମଲାର ଶୁଣାଣି ଜାରି ରହିଥିଲା। ଏହି ସମୟରେ ଆବେଦନକାରୀ ଏବଂ ତାଙ୍କ ପରିବାର ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଡିସେମ୍ବର ୨୦୧୯ରେ ଶିବ ପ୍ରସାଦଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ୨୦୨୧ କୋର୍ଟ ତାଙ୍କୁ ସମସ୍ତ ଦୋଷରୁ ମୁକ୍ତ କରିଥିଲେ। ଶିବ ପ୍ରସାଦଙ୍କୁ ନ୍ୟାୟ ମିଳିଛି, କିନ୍ତୁ ସେ ଏହାକୁ ଦେଖିବା ପାଇଁ ସେ ଆଉ ଜୀବିତ ନାହାନ୍ତି।

Comments are closed.