Latest Odisha News

କଟକ ପୂଜାରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର

କଟକ: ପୂଜା ପାଇଁ କଟକ ସହରରେ ବ୍ୟାପକ ବ୍ୟବସ୍ଥା । ଦୁର୍ଗା ପୂଜା ଓ ନାଇଟ୍‌ କର୍ଫ୍ୟୁ ପାଇଁ କଟକ ସହରରେ ୩୨ ପ୍ଲାଟୁନ ପୋଲିସ ଫୋର୍ସ ମୁତହେବେ । ଏହା ସହ ସହରରେ ୧୦୦ ଜଣ ବରିଷ୍ଠ ଅଧିକାରୀ ମୁତୟନ ହେବେ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ସେହିପରି ଡିସିପି ଆହୁରୀ ମଧ୍ୟ କହିଛନ୍ତି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପୂଜା ମଣ୍ଡପ ଓ ପୀଠରେ କରୋନା କଟକଣା ମାନି ପୂଜା କରିବାକୁ ପରାମର୍ଶ ଦିଆଯାଇଛି । ସହରରେ ବିଭିନ୍ନ ସ୍ଥାନରେ ରହିବ କୋଡିଏ ଟି ଏଡ-ପୋଷ୍ଟ । ତେବେ ଚଳିତ ବର୍ଷ କୋଭିଡ ଗାଇଡ ଲାଇନ ଅନୁସାରେ ପୂଜା କରିବା ପାଇଁ ପୂଜା କମିଟିକୁ ଅନୁରୋଧ କରାଯାଇଛି । ସହରରେ ମୋଟ ୩୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

Leave A Reply

Your email address will not be published.