Latest Odisha News

BREAKING NEWS

‘ହମ୍ ଦୋ ହମାରେ ଦୋ’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ଫିଲ୍ମ ‘ହମ୍ ଦୋ ହମାରେ ଦୋ’ର ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ, କ୍ରିତି ସାନନ୍, ପରେଶ ରାୱଲ ଏବଂ ରତ୍ନା ପାଠକ ଶାହା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ଏହାପୂର୍ବରୁ କ୍ରିତି ଫିଲ୍ମର ପୋଷ୍ଟର ସେୟାର କରି ଫିଲ୍ମର ପୁରା କାଷ୍ଟର ପରିଚୟ ଦେଇଥିଲେ। ଏବେ ଟ୍ରେଲରଟି ଫିଲ୍ମର ମୁଖ୍ୟ ବିଷୟବସ୍ତୁ ଦେଖିବାକୁ ମିଳିଛି। ଏହି କ୍ଲିପ୍‌ରେ ରାଜକୁମାର ରାଓ କ୍ରିତିଙ୍କୁ ପାଗଳ ପରି ଭଲପାଉଥିବା ଦେଖିବାକୁ ମିଳିଛି। କିନ୍ତୁ କ୍ରିତି ଏମିତି ଏକ ପରିବାର ବିବାହ କରିବାକୁ ଚାହାନ୍ତି ଯାହାର ସୁଖୀ ପରିବାର ଆଉ ଗୋଟିଏ କୁକୁର ଥିବ। ଏଥିପାଇଁ ରାଜକୁମାର କ୍ରିତିଙ୍କ ମନକୁ ଜିତିବା ପାଇଁ ନକଲି ପିତାମାତା ଖୋଜନ୍ତି। ଏହି ସମୟରେ ସେ ପରେଶ ରାୱଲ ଏବଂ ରତ୍ନା ପାଠକଙ୍କୁ ଭେଟିଛନ୍ତି।

Comments are closed.