Latest Odisha News

BREAKING NEWS

ବ୍ରହ୍ମପୁରରେ ଆଇପିଏଲ୍‌ ବେଟିଂ ରାକେଟ୍‌

ବ୍ରହ୍ମପୁର: ବ୍ରହ୍ମପୁରରେ ଆଇପିଏଲ୍‌ ବେଟିଂ ରାକେଟ୍‌  । ପୁଲିସ ଆଖିରେ ଧୂଳି ଦେଇ ବୁକିମାନେ ତାଙ୍କର କାରବାର ଜାରି ରଖିଥିଲେ। ଶେଷରେ ପୁଲିସ ଏକ ବଡ଼ଧରଣର ଅନ୍‌ଲାଇନ୍‌ ବେଟିଂ ରାକେଟ୍‌ ଠାବ କରିବାରେ ସକ୍ଷମ ହୋଇଛି । ଏହି ରାକେଟ୍‌ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ତଥା ଷ୍ଟକିଷ୍ଟ୍‌ ସମେତ ୮ଜଣଙ୍କୁ କାବୁ କରିଛି ପୁଲିସ । ଏମାନଙ୍କ ନିକଟରୁ ମୋଟ ୮ଲକ୍ଷ ୬୩ହଜାର ୨ଶହ ଟଙ୍କା ଜବତ କରାଯାଇଥିବା ବ୍ରହ୍ମପୁର ଏସ୍‌.ପି. ସୂଚନା ଦେଇଛନ୍ତି ।

ସେହିପରି ଏମାନଙ୍କ ନିକଟରୁ ୧୧ଟି ମୋବାଇଲ ଜବତ କରାଯାଇଛି । ଜଗନ୍ନାଥ ଏହି ରାକେଟ୍‌ର ମୁଖ୍ୟ ହୋଇଥିବା ବେଳେ ଦୁଇଟି ୱେବ୍‌ସାଇଟ୍‌ ଜରିଆରେ ଅନ୍‌ଲାଇନ୍‌ରେ ଏହି କାରବାର କରୁଥିଲା । ବିଭିନ୍ନ ଅଞ୍ଚଳରେ ଥିବା ବୁକିଙ୍କୁ ୱେବ୍‌ସାଇଟ୍‌ର ୟୁଜର୍‌ ଆଇଡି ଓ ପାସୱାର୍ଡ଼ ଦେଉଥିଲେ। ସେମାନେ ତାହା ବ୍ୟବହାର କରି ଅନ୍‌ଲାଇନ୍‌ରେ ବେଟିଂ କରୁଥିଲେ ବୋଲି ପୁଲିସ ତଦନ୍ତରେ ଜଣାପଡ଼ିଛି।

ଆଇପିଏଲ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ୍‌ ଆରମ୍ଭ ହେଲେ ବ୍ରହ୍ମପୁରରେ ଅନ୍‌ଲାଇନ୍‌ ବେଟିଂ କାରବାର ଆରମ୍ଭ ହୋଇଥାଏ । ବ୍ରହ୍ମପୁର ପୁଲିସ ଏହି କାରବାରକୁ ମୂଳପୋଛ କରିବା ପାଇଁ ଅଣ୍ଟା ଭିଡ଼ିଛି।

Leave A Reply

Your email address will not be published.