Latest Odisha News

BREAKING NEWS

ଆନ୍ତର୍ଜାତୀୟ ଗୋଲ ସ୍କୋରରେ ପେଲେଙ୍କ ସହ ସମକକ୍ଷ ହେଲେ ଛେତ୍ରୀ

ନୂଆଦିଲ୍ଲୀ: ଭାରତର ଷ୍ଟାର ଫୁଟବଲ ଖେଳାଳୀ ସୁନୀଲ ଛେତ୍ରୀ ଆନ୍ତର୍ଜାତୀୟ ଗୋଲ ସ୍କୋର କରିବା ମାମଲାରେ ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ପେଲେ ୯୨ ମ୍ୟାଚରେ ୭୭ ଗୋଲ କରିଥିଲେ । ମାଲଡିଭସରେ ଖେଳା ଯାଉଥିବା ସାଉଥ ଏସିଆନ ଫୁଟବଲ ଫେଡେରେଶନ ଚାମ୍ପିୟନଶିପରେ ନେପାଳ ବିପକ୍ଷରେ ଗୋଟିଏ ଗୋଲ କରି ସେ ପେଲେଙ୍କ ସହ ସମକକ୍ଷ ହୋଇଥିଲେ । ଭାରତ ୧-୦ରେ ଏହି ମ୍ୟାଚରେ ବିଜୟୀ ହୋଇଥିଲା ।

ପୂର୍ବରୁ ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷରେ ଭାରତ ମ୍ୟାଚ ଡ୍ର ରଖିଥିଲା । ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ଓ ଆର୍ଜେଂଟିନାର ଲିଓନେଲ ମେସୀ ଯଥାକ୍ରମେ ୧୧୨ ଓ ୭୯ ଗୋଲ କରି ଛେତ୍ରୀଙ୍କଠାରୁ ଆଗରେ ଅଛନ୍ତି ।

Leave A Reply

Your email address will not be published.