Latest Odisha News

BREAKING NEWS

ନଦୀ ପାର ହୋଇ ସ୍କୁଲ ଯାଉଥିଲେ, ଏବେ ପ୍ରଶାସନିକ ଅଧିକାରୀ ପ୍ରିୟଙ୍କା

ଯାଜପୁର: ପିଲାଦିନେ  ନଦୀ ପାର ହୋଇ ସ୍କୁଲ ଯାଉଥିଲେ । ଏବେ ପ୍ରଶାସନିକ ଅଧିକାରୀ ହେଲେ । ଲୋକଙ୍କ ସେବା ପାଇଁ ପ୍ରଶାସନିକ କ୍ଷେତ୍ରରେ ମନ ବଳାଇ ଏବେ ଓଡିଶା ପ୍ରଶାସନିକ ସେଵାର ୨୦ ନମ୍ବର ସ୍ଥାନରେ ରହିଛନ୍ତି ଯାଜପୁରର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି । ଛୋଟ ବେଳେ ନଦୀ ପାରି ହୋଇ ସ୍କୁଲ ଯାଉଥିବାର ସମସ୍ୟାକୁ ଦେଖି ଭବିଷ୍ୟତରେ ଲୋକମାନଙ୍କ ପାଇଁ କିଛି କରିବାର ଇଛା ଆଜି ବନାଇଛି ଓଏସ୍ । ନିଜ ପାଠ ପଢା ନେଇ ସଂଘର୍ଷ କାହାଣୀ ବଖାଣଇଛନ୍ତି ପ୍ରିୟଙ୍କା ।

ଖୁବ କମ ବୟସରେ ଓଡିଶା ପ୍ରଶାସନିକ ସେବାରେ ୨୦ ନମ୍ବର ସ୍ଥାନରେ ରହିଛନ୍ତି  ପ୍ରିୟଙ୍କା । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ  ନିକଟବର୍ତୀ ମଧୁବନ ଅଂଚଳର ଆଦିକନ୍ଦ ପତି ଓ ସୁଷମାରାଣୀ ପତିଙ୍କ ଝିଅ ପ୍ରିୟଙ୍କା । ସିଂହପୁର ଛନ୍ଧାମୁଣ୍ଡରେ ଥିବା ବି.ସି.ଜେ ହାଇସ୍କୁଲରେ ପାଠ ପଢିବାକୁ ଆସିବାକୁ ହେଲେ ପ୍ରିୟଙ୍କା ଖରସ୍ରୋତା ନଦୀ  ଡଙ୍ଗାରେ ପାର ହୋଇ ପାଠ ପଢିବାକୁ ଆସୁଥିଲେ । ସେବେଠାରୁ ମନରେ କିଛି କରିବାର ଆଶା ତାଙ୍କୁ ଆଜି ଏହି ସ୍ଥାନରେ ଛିଡାକରି ସଫଳତା ଦେଇଛି ।

ସ୍କୁଲ ଶିକ୍ଷା ପରେ ଯାଜପୁରର ପ୍ରମୁଖ ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ରସାୟନିକ ବିଜ୍ଞାନ ବିଭାଗରେ ସ୍ନାତ୍ତକ ଶିକ୍ଷା ଶେଷ କରି ବାଣୀବିହାରରେ ଏହି ବିଷୟରେ ସମ୍ନାନ ପାଠ ଶେଷ କରିଥିଲେ। ବାଣୀବିହାରରେ ପାଠ ପଢା ସମୟରେ  ଓଡିଶା ପ୍ରଶାସନିକ ସେବାରେ ମନ ଲଗାଇଥିଲେ । ପ୍ରଥମ ଥର ନିରାଶ ହୋଇଥିଲେ ମଧ୍ୟ ନିଜର ଉଦ୍ୟମ, ଇଚ୍ଛାଶକ୍ତି ଯୋଗୁ ସେ ୨୦୧୯ ବ୍ୟାଚ ଓଡିଶା ପ୍ରଶାସନିକ ସେବାରେ ସଫଳତାର ସହ ୨୦ ନମ୍ବର ରାଙ୍କରେ ରହି ସଫଳତା ଆଣିଛନ୍ତି ।

ତେବେ ମଧ୍ୟବିତ୍ତ ପରିବାରରେ ଜନ୍ମିତ ପ୍ରିୟଙ୍କା ପାଠପଢା ପାଇଁ ମଧ୍ୟ ନିଜକୁ ସଂଘର୍ଷ କରିବାକୁ ପଡିଛି। ଯଦିଓ ଉଚ୍ଚ ଶିକ୍ଷା ପାଇଁ ପରିବାରର ସମର୍ଥନ ରହିଥିଲା ତଥାପି ଅନେକ କଷ୍ଟ ସାମ୍ନା କରିଵାକୁ ପଡିଛି । ତେବେ ଛୋଟ ବେଳେ ଦେଖିଥିବା ସ୍ବପ୍ନକୁ ଆଜି ପୂରଣ କରି ବେଶ ଖୁସି ଥିବା ପ୍ରିୟଙ୍କା ଭବିଷ୍ୟତର  ଅସହାୟ ଲୋକଙ୍କୁ ଉଚିତ ନ୍ୟାୟ ଦେଇ ନିଜର ଇଚ୍ଛା ପୂରଣ କରିଵେ ବୋଲି ଆଶା ରଖିଛନ୍ତି ।

ତାଙ୍କର ଏହି ସଫଳତା ପାଇଁ ତାଙ୍କ ପିତାମାତା, ପରିବାର ସଦସ୍ୟ, ଶିକ୍ଷକ, ସହଯୋଗୀ ସମସ୍ତଙ୍କୁ ଶ୍ରେୟ ଦେଇଛନ୍ତି । ଭବିଷ୍ୟତରେ ଭାରତୀୟ ପ୍ରଶାସନିକ ସେବାରେ ସାମିଲ ହେବାକୁ ସେ ଉଦ୍ୟମ କରିଵେ ବୋଲି କହିଛନ୍ତି ।

Comments are closed.