Latest Odisha News

BREAKING NEWS

ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନାଙ୍କୁ ନିଯୁକ୍ତିକୁ ନେଇ ପିଟିସନ ହାଇକୋର୍ଟରେ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କମିଶନର ଭାବରେ ରାକେଶ ଅସ୍ଥାନାଙ୍କ ନିଯୁକ୍ତି ବିରୋଧରେ ଦାୟର ପିଟିସନକୁ ଖାରଜ । ଦିଲ୍ଲୀ ହାଇକୋର୍ଟ ପିଟିସନକୁ ଖାରଜ କରିଛନ୍ତି । ଗୋଟିଏ ଏନଜିଓ ରାକେଶ ଅସ୍ଥାନାଙ୍କ ନିଯୁକ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଏନେଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ ଦିଲ୍ଲୀ ହାଇକୋର୍ଟ ।

ଆବେଦନକାରୀ ଦର୍ଶାଇଥିଲେ ଯେ, ରାକେଶ ଅସ୍ଥାନାଙ୍କର ସର୍ବନିମ୍ନ କାର୍ଯ୍ୟକାଳ ୬ ମାସ ନଥିଲା । ସେଥିପାଇଁ ତାଙ୍କର ନିଯୁକ୍ତିକୁ ନେଇ UPSCରେ କୌଣସି ପ୍ୟାନେଲ ଗଠନ ହୋଇ ନାହିଁ । ସର୍ବନିମ୍ନ ଦୁଇ ବର୍ଷ କାର୍ଯ୍ୟକାଳ ମାନଦଣ୍ଡକୁ ଅଣଦେଖା କରାଯାଇଥିବା କହିଥିଲେ ଆବେଦନକାରୀ । ଏହାପୂର୍ବରୁ ସୁପ୍ରିମକୋର୍ଟ ଦୁଇ ସପ୍ତାହ ମଧ୍ୟରେ ଆସ୍ଥାନାଙ୍କ ନିଯୁକ୍ତିକୁ ନେଇ ଦାୟର ଆବେଦନ ଉପରେ ନିଷ୍ପତ୍ତି ଶୁଣାଇବାକୁ କହିଥିଲେ ।

Leave A Reply

Your email address will not be published.