Latest Odisha News

BREAKING NEWS

୨୦୨୩ରେ ନୂଆ ପ୍ରଗତି ମୈଦାନରେ ହେବ ଜି-୨୦ ବିଶ୍ୱ ସମ୍ମିଳନୀ: ପିୟୁଷ ଗୋଏଲ

ଦିଲ୍ଲୀ: ଆସନ୍ତା ୨୦୨୩ରେ ନୂଆ ପ୍ରଗତି ମୈଦାନରେ ଆୟୋଜନ ହେବ ଜି-୨୦ ବିଶ୍ୱ ସମ୍ମିଳନୀ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ। ପ୍ରଧାନମନ୍ତ୍ରୀ ଗତି ଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ ବିଭିନ୍ନ ବିକାଶ ଯୋଜନାକୁ ଆଗକୁ ବି ଦିଗ ଯୋଗାଇବ ଏବଂ ଏହା ପୁଞ୍ଜି ବିନିଯୋଗକୁ ମଧ୍ୟ ଉତ୍ସାହିତ କରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଗତି ମୈଦାନରେ ଥିବା ନୂଆ ପ୍ରଦର୍ଶନୀ କମ୍ପେ୍ଲକ୍ସକୁ ଉଦଘାଟନ କରିଥିଲେ। ନଭେମ୍ବର ୧୪ରୁ ୨୭ଯାଏ ଏଠାରେ ଆଇଆଇଟିଏଫର ପ୍ରଦର୍ଶନୀ କାର୍ଯ୍ୟକ୍ରମ ହେବ। ଏହାସହ ସେ ଗତି ମିଶନ ଶକ୍ତି ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହାପରେ ପୀୟୂଷ ଗୋଏଲ ଏପରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ନୂଆ ପ୍ରଗତି ମୈଦାନ ପ୍ରାୟ ୭୨ହଜାର ବର୍ଗ କମି ଅଞ୍ଚଳରେ ରହିଛି। ଏହା ମଧ୍ୟରେ ୮ଟି ପ୍ରଦର୍ଶନୀ ହଲ ତିଆରି କରାଯିବ। ବର୍ତ୍ତମାନ ଏହା ମଧ୍ୟରେ ନୂଆ ଆଇସିସି ସେଣ୍ଟରର ନିର୍ମାଣ ଚାଲିଛି। ଏଠାରେ ଥିବା ଅଣ୍ଡର ଗ୍ରାଉଣ୍ଡ ପାର୍କିଂରେ ଏକକାଳୀନ ୮ହଜାର ଗାଡ଼ି ରହିପାରିବ।

Leave A Reply

Your email address will not be published.