Latest Odisha News

BREAKING NEWS

ସୋନପୁରରେ ଐତିହାସିକ ବଳିଯାତ୍ରା ପାଳିତ

ସୋନପୁର: ସୋନପୁରରେ ଐତିହାସିକ ବଳିଯାତ୍ରା ପାଳିତ ହୋଇଯାଇଛି। ଚଳିତବର୍ଷ ବିନା ଭକ୍ତ ଓ ବରୁଆରେ ବଳିଯାତ୍ରା ହୋଇଛି। ହେଲେ ଚଳିତବର୍ଷ ନୀତିକାନ୍ତିରେ ସୀମିତ ରହିଛି ବଳିଯାତ୍ରା।

ରାଜା ରାଜୁଡ଼ା ଅମଳରୁ ପାଳିତ ହୋଇଆସୁଛି ବଳିଯାତ୍ରା। ଅଷ୍ଟଚଣ୍ଡୀଙ୍କ ଏହି ପୀଠରେ ଅଶ୍ୱିନୀ ଅମାବାସ୍ୟାରୁ ପୂର୍ଣ୍ଣମୀ ଯାଏଁ ଏହା ପାଳନ ହୋଇଥାଏ ଏହି ଯାତ୍ରା। ଅନ୍ୟତ୍ର ବଳି କହିଲେ ଛାଗ ବା ମହିଷୀକୁ କୁହାଯାଉଥିବାବେଳେ ଏଠାରେ ବଳି କହିଲେ ସମର୍ପଣ ବା ଉତ୍ସର୍ଗକୁ ବୁଝାଏ।

ଉଆଁସ ବଳି, ନିଶାବଳି, ଖଉଳ ବଳି, ଡ଼ାଙ୍ଗୁଆ ବଳି, ଗାୟନ ବଳି, ନବମୀ ବଳି, ମହାବଳି, ଦଶହରା ବଳି ଓ ପୂର୍ଣ୍ଣମୀ ବଳି ଆଦି ୯ପ୍ରକାର ବଳି ପାଳନ କରାଯାଇଥାଏ। ଏହି ମଧ୍ୟରେ ମହାବଳୀ ପର୍ବର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଖମ୍ବେଶରୀ ପୀଠରେ ପାଳିତ ହୋଇଥାଏ ଏହି ପର୍ବ। ହେଲେ ଏବର୍ଷ କରୋନା କଟକଣା ଯୋଗୁଁ ସମ୍ପୂର୍ଣ୍ଣ ବଳିଯାତ୍ରାକୁ ବନ୍ଦ କରି ଦିଆଯାଇଛି। ସେବାୟତମାନେ କେବଳ ନୀତିକାନ୍ତି କରୁଥିବା ଦେଖାଯାଇଛି।

Comments are closed.