Latest Odisha News

BREAKING NEWS

ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ପୁରୀ : ପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ଥାନା ଗଣେଶ୍ୱରପୁର ପଞ୍ଚାୟତ ଲୁଣଭାର ଗାଁ ପୋଖରରୀରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ପୋଖରରୀରେ ମୃତଦେହ ଭାସୁଥିବାର ଦେଖି ଗ୍ରାମବାସୀ ଗୋପ ପୋଲିସ କୁ ଖବର ଦେଇଥିଲେ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଜବତ କରିଛି ।  ମୃତ ଯୁବକ ଜଣକ ଗଣେଶ୍ୱର ପୁର ପଞ୍ଚାୟତ ନାଥ ସାହି ର ବୃନ୍ଦାବନ ନାଥ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ନାଥ ସାହି ଗ୍ରାମର ମୃତ ବୃନ୍ଦାବନ ଜଣେ ଦିନ ମଜୁରିଆ ଭାବେ କାମକରୁଥିଲେ । ପ୍ରତେକ ଦିନ ପରି ଗତକାଲି କାମକୁ  ଯାଇ ଆଉ ଘରକୁ ଫେରିନଥିଲେ । ଘର ଲୋକେ ରାତିସାରା ଖୋଜା ଖୋଜି କରି ନିରାଶ ହୋଇଥିଲେ। । ଆଜି ସକାଳୁ ମୃତ ଦେହ ଲୁଣଭାରଗ୍ରାମ ର ଏକ ପୋଖରୀରେ ଭାସୁ ଥିବାର ଦେଖି ବାକୁ ମିଳିଛି । ଏହା ଏକ ହତ୍ୟା ନାଁ ଆତ୍ମହତ୍ୟା । ଶବ ଵେବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ଗୋପ ପୋଲିସ କହିଛି। ।  ଏହି ଘଟଣା ନେଇ ସ୍ଥାନୀୟ  ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

Leave A Reply

Your email address will not be published.