Latest Odisha News

BREAKING NEWS

ପ୍ରଫେସର କଲ୍ୟାଣ ଘଡ଼େଇଙ୍କୁ ଆଇ.ଏସ୍.ଇ.ଇ ଫେଲୋ ପୁରସ୍କାର

ଭୁବନେଶ୍ୱର: କାଶୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ବିଏଚୟୁ ବାରଣାସୀରେ କାର୍ଯ୍ୟରତ ଓଡ଼ିଶା ମାଟିର ପୁଅ ପ୍ରଫେସର କଲ୍ୟାଣ ଘଡ଼େଇଙ୍କୁ ଆଇଏସ୍ଇଇ ଫେଲୋ ଦ୍ୱାରା ପୁରସ୍କୃତ କରାଯାଇଛି। ତାଙ୍କର ଏହି ପୁରସ୍କାର ସେ ଓଡ଼ିଶା ମା’ ମାଟିକୁ ସମର୍ପଣ କରିଛନ୍ତି।

ବନାରସ ହିନ୍ଦୁ ୟୁନିଭରସିଟିରେ ୬ଅକ୍ଟୋବରରେ ଆୟୋଜିତ ଏକ ଜାତୀୟ ସମ୍ମିଳନୀରେ ପ୍ରଫେସର ଘଡ଼େଇଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କୃଷି ସମ୍ପ୍ରସାରଣ ଶିକ୍ଷା, ଗବେଷଣା, ପ୍ରକଳ୍ପ ପରିଚାଳନା ସମାଜ ହିତ ପାଇଁ କାମ କରିବା ଯୋଗୁଁ ପ୍ରଫେସର ଘଡ଼େଇଙ୍କୁ ଏହି ସମ୍ମାନ ଦିଆଯାଇଛି।

ଦୀର୍ଘ ୨୦ବର୍ଷ ଧରି ବିଏଚୟୁରେ ପ୍ରଫେସର ଘଡ଼େଇ ନିଜ ଦାୟିତ୍ୱ ତୁଲାଇଆସୁଛନ୍ତି। ସେ କାକଟପୁରସ୍ଥିତ ସୁହାଣପୁର ନିବାସୀ। ଓଡ଼ିଶା ବାହାରେ ରହି ମଧ୍ୟ ପ୍ରଫେସର ଘଡ଼େଇ ଶହଶହ ଓଡ଼ିଆ ଛାତ୍ରଛାତ୍ରୀଙ୍କର କୃଷି ଶିକ୍ଷା, ଗବେଷଣା ଓ ଉଚ୍ଚଶିକ୍ଷା ପାଇଁ ବିଶେଷ ପ୍ରେରଣା ପାଲଟିଛନ୍ତି।

Leave A Reply

Your email address will not be published.