Latest Odisha News

BREAKING NEWS

ଓଡିଶାରେ ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ +୨ ପରିକ୍ଷା ଖାତା ମୂଲ୍ୟାୟନ

ଭୁବନେଶ୍ୱର : ରାଜ୍ୟରେ ଯୁକ୍ତ ୨ ପରିକ୍ଷା ଖାତା ମୂଲ୍ୟାଙ୍କନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ସୋମବାର ଦିନ ଆରମ୍ଭ ହୋଇଛି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ର ବିଜ୍ଞପ୍ତି ଅନୁଯାୟୀ ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯିବ । ଏଥିସହିତ ପ୍ରଥମ ପର‌୍ୟ୍ୟାୟରେ ଏପ୍ରିଲ ୮ରୁ ୨୨ ଓ ୨ୟ ପର୍ଯ୍ୟାୟରେ ଏପ୍ରିଲ ୨୩ରୁ ଖାତା ଦେଖା ଆରମ୍ଭ ହୋଇ ମେ ୨ ଯାଏଁ ଚାଲିବ।

୫୮ ଅଫଲାଇନ୍ ଓ ୩୬ ଅନଲାଇନ୍ କେନ୍ଦ୍ରରେ ପରୀକ୍ଷା ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ଅନୁଷ୍ଠିତ ହେଉଛି । ଏହାବ୍ୟତିତ ମୂଲ୍ୟାୟନ କାର୍ଯ୍ୟରେ ପ୍ରାୟ ୯୦୦୦ ଅଧ୍ୟାପକ ନିୟୋଜିତ ରହିଥିବା ବେଳେ ଖାତା ଦେଖା ପ୍ରକ୍ରିୟା ସକାଳ ୧୦ ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ ।

ଏହି ମୂଲ୍ୟାଙ୍କନ ପ୍ରକ୍ରିୟା ଏପ୍ରିଲ୍ ଶେଷ ସୁଦ୍ଧା ସମାପ୍ତ ହେବ । ମେ ୩ୟ ସପ୍ତାହ ବେଳକୁ ବିଜ୍ଞାନ ଓ ଜୁନ୍ ପ୍ରଥମ ସପ୍ତାହରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ଘୋଷିତ କରାଯିବ ।

ଆହୁରି ମଧ୍ୟ କହିଛନ୍ତି ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଖାତା ମୂଲ୍ୟାଙ୍କନ ପ୍ରକ୍ରିୟାରେ ସାମାନ୍ୟ ପରିବର୍ତ୍ତନ କରିବା ଲାଗି ନିର୍ଣ୍ଣୟ ହୋଇଛି ।

୧୫୫୬ ଜୁନିୟର କଲେଜର ପ୍ରାୟ ୩,୬୯,୫୩୭ ଜଣ ଛାତ୍ର ଚଳିତ ବର୍ଷ ୧୦୯୩ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ଯୁକ୍ତ ୨ ପରୀକ୍ଷା ମାର୍ଚ୍ଚ ୭ ତାରିଖରେ ଆରମ୍ଭ ହୋଇ ମାର୍ଚ୍ଚ ୩୦ ତାରିଖରେ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.