Latest Odisha News

BREAKING NEWS

ଆଜି ନୂଆପଡ଼ା ଓ କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମତଦାନ ଆଉ ୩ ଦିନ ବାକି ଥିବା ବେଳେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଓ କଳାହାଣ୍ଡି ଗସ୍ତ କରୁଛନ୍ତି । ନବୀନ ଆଜି ଏହି ଦୁଇଟି ଜିଲ୍ଲାରେ ବିଜେଡ଼ି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ଲାଗି ନିର୍ବାଚନ ପ୍ରଚାର କରିବେ ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକ୍ରମ ଅନୁଯାୟୀ, ନୂଆପଡ଼ାଠାରେ ଏକ ନିର୍ବାଚନ ସମାବେଶରେ ଯୋଗଦେବେ ନବୀନ ।

ଏହାପରେ ସେ କଳାହାଣ୍ଡି ଜିଲ୍ଲା ଅଭିମୁଖେ ଯାତ୍ରା ଆରମ୍ଭ କରିବେ । କଳାହାଣ୍ଡି ଜିଲ୍ଲାର ସିନାପାଲି, ଗୋଳମୁଣ୍ଡା, ଧର୍ମଗଡ଼, ଜୁନାଗଡ଼ ଏବଂ ଭବାନୀପାଟଣାଠାରେ ନିର୍ବର୍ାଚନୀ ସଭାରେ ଯୋଗଦେବା ସହିତ ରୋଡ଼ ଶୋ’ରେ ଭାଗନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.