Latest Odisha News

BREAKING NEWS

ଆସନ୍ତାବର୍ଷ ସେପ୍ଟେମ୍ବରରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ!

ନୂଆଦିଲ୍ଲୀ: କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି)ର ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁଯାୟୀ ନୂତନ ଦଳର ସଭାପତି ନିଯୁକ୍ତ ପାଇଁ ନିର୍ବାଚନ ପ୍ରକ୍ରିୟା ସେପ୍ଟେମ୍ବର ୨୦୨୨ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି। ଆସନ୍ତାବର୍ଷ ସେପ୍ଟେମ୍ବର ମାସ ଯାଏ ସୋନିଆ ଗାନ୍ଧି ହିଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ।

ସୂତ୍ରରୁ ପ୍ରକାଶ ଯେ ରାଜସ୍ଥାନ ସିଏମ ଅଶୋକ ଗେହଲଟ୍ ରାହୁଲ ଗାନ୍ଧୀଙ୍କ ନାଁ ସିଡବ୍ଲ୍ୟୁଡିସି ବୈଠକରେ ଦଳର ସଭାପତି ଭାବରେ ପ୍ରସ୍ତାବ ଦେଇଛନ୍ତି। ସମସ୍ତ ସଦସ୍ୟ ଏହି ପ୍ରସ୍ତାବରେ ସହମତ ହୋଇଥିବାବେଳେ ରାହୁଲ ଏ ବିଷୟରେ ପୁଣି ଥରେ ଚିନ୍ତା କରିବେ ବୋଲି କହିଛନ୍ତି।

ବର୍ତ୍ତମାନ ସୋନିଆ ଗାନ୍ଧୀ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର ଅନ୍ତରୀଣ ସଭାପତି ଭାବେ କାର୍ଯ୍ୟ କରିବେ।

Comments are closed.