Latest Odisha News

BREAKING NEWS

କଟକରେ ମା’ ଙ୍କୁ ମେଲାଣି

କଟକ : ଆଜି ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମହାମାୟା । କଟକର ବିିଭିନ୍ନ ସ୍ଥାନରେ ମା’ ଙ୍କୁ ଦିଆଯାଉଛି ମେଲାଣି। କୋଭିଡ କଟକଣା ମଧ୍ୟରେ କଟକରେ ମା’ ଙ୍କ ବିସର୍ଜନ ଚାଲିଛି ।ଖାଁ ଖାଁ ଲାଗୁଛି କଟକର ଦେବୀଗଡ଼ା ପରିବେଶ । ନାଁ ଆଗ ଭଳି ଆଉ ଭିଡ ଅଛି। ନାଁ ଅଛି ପାର୍ବଣର ମାହୋଲ। ମଣ୍ଡପରୁ ମା ଦୁର୍ଗାଙ୍କ ମୂର୍ତ୍ତି ବାହାରି ପୁରୀ ଘାଟସ୍ଥିତ କାଠଯୋଡି ନଦୀର ଦେବୀଗଡ଼ା ଅଭିମୁଖେ ପହଁଚିଥିଲା। ପରେ ପୋଲିସ କର୍ଡନରେ ସରକାରୀ ଗାଇଡ ଲାଇନ ଅନୁସାରେ ପୂଜା କମିଟିର ସାତ ଜଣ ସଦସ୍ୟଙ୍କ ଉପସ୍ଥିତିରେ ମାଙ୍କୁ ମେଲାଣି ଦିଆଯାଇଥିଲ।। ଶୋଭାଯାତ୍ରାରେ କୌଣସି ବାଦଯନ୍ତ୍ର ନ ବଜାଜାଇ କେବଳ ଘଣ୍ଟ ବଜାଇ ମାଙ୍କ ବିସର୍ଜନ କରାଯାଇଥିଲ।।

ସେପଟେ କିଛି ମେଢ ଆଜି  ବିସର୍ଜନ କରାଯାଇଥିବା ବେଳେ ଆଉ କିଛି କାଲି ବିସର୍ଜନ କରାଯିବ ବୋଲି ଜଣାପଡ଼ିଛି। କଟକର ମହାନଦୀ ଏବଂ କାଠଯୋଡି ନଦୀରେ ୬ ଟି କୁତ୍ରିମ ପୋଖରୀ କରାଯାଇ ମୂର୍ତ୍ତି ବିସର୍ଜନ କରାଯାଇଛି। ଆଉ କିଛି ମଣ୍ଡପରେ ମେଢ ନିକଟତମ ନଦୀରେ ପୋଲିସ କର୍ଡନରେ ବିସର୍ଜନ କରିବାକୁ ବ୍ୟବସ୍ଥା ହୋଇଛିା ସେହିପରି ଭସାଣି ପର୍ବକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ବ୍ୟାପକ ପୋଲିସ ମୃତୟନ ହୋଇଛନ୍ତି।ନିଜେ ଡିସିପି ଦେବୀଗଡ଼ା ଏବଂ ଅନ୍ୟାନ୍ୟ ସ୍ଥାନ ବୁଲି ଦେଖୁଛନ୍ତି।

 

ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ କଟକର ଭସାଣ ଉତ୍ସବ ଫିକା ପଡ଼ିଯିବା ପରି ଲାଗୁଛି ।ଏଭଳି ଭସାଣିକୁ ନେଇ ପୂଜା କମିଟିର ସଦସ୍ୟ ମାନେ ଦୁଃଖ ପ୍ରକାଶ କରିଛନ୍ତି।ଆସନ୍ତା ବର୍ଷକୁ ଏମିତି ପରିସ୍ଥିତି ନଆସୁ ବୋଲି ମା ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସମସ୍ତେ ।

..

Leave A Reply

Your email address will not be published.