ରାୟଗଡା : ନାଗାବଳୀ ନଦୀରେ ଅଘଟଣ ମାମଲା । ବୁଲିବାକୁ ଯାଇ ଭାସିଯାଇଥିଲେ ବାପା ପୁଅ । ପୁଅର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ମଙ୍ଗଳବାର ବାପା ର ମୃତ ଦେହ ଉଦ୍ଧାର ହୋଇଛି । ଜଗନ୍ନାଥପୁର ଗାଁ ନିକଟରୁ କେ, ଶ୍ରୀନିବାସଙ୍କ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।
ଗତ ରବିବାର ଦିନ ପାରଳାଖେମୁଣ୍ଡିରୁ ୧୬ ଜଣ ପର୍ଯ୍ୟଟକ ମଝିଘରିଆଣି ମନ୍ଦିର ଦର୍ଶନ ପାଇଁ ରାୟଗଡା ଆସିଥିଲେ । ମନ୍ଦିରରେ ଦର୍ଶନ ସାରି ନାଗାବଳୀ ନିକଟରେ ବୁଲୁଥିବା ବେଳେ ବ୍ୟକ୍ତିଙ୍କ ଗୋଡ ଖସିଯାଇଥିଲା । ଆଉ ସେଠାରେ ତାଙ୍କ ପୁଅ ଜିତେନ୍ଦ୍ର ବାପାଙ୍କୁ ବଞ୍ଚାଇବାକୁ ଯାଇ ସୁଅରେ ଭାସି ଯାଇଥିଲେ । ଉଭୟ ନାଗାବଳୀ ନଦୀରେ ନିଖୋଜ ହୋଇଯାଇଥିବା ବେଳେ ପୁଅ ଜିତେନ୍ଦ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ହେଲେ ବହୁ ଖୋଜିବା ପରେ ପରେ ଆଜି ଶେଷରେ କେ. ଶ୍ରୀନିବାସ (୪୫)ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।
Comments are closed.