Latest Odisha News

BREAKING NEWS

ଭାରତରେ ପ୍ରଥମ, ୨୪ କ୍ୟାରେଟ୍ ଗୋଲ୍ଡ ବାହୁବଳୀ ମୋମୋ

ମୁମ୍ବାଇ: ଗୋଲ୍ଡ ବିରିଆନୀ ଓ ଗୋଲ୍ଡେନ୍ ବଡା ପାଓ ପରେ ଏବେ ଗୋଲ୍ଡେନ୍ ମୋମୋ ଚର୍ଚ୍ଚାକୁ ଆସିଛି । ଭାରତରେ ଷ୍ଟ୍ରିଟ୍ ଫୁଡ୍ ଭାବେ ମୋମୋ ର ବେଶ ଚାହିଦା ରହିଛି । ସେହି ଚାହିଦାକୁ ଆଖି ଆଗରେ ରଖି ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରିଛି ୨୪ କ୍ୟାରେଟ୍ ଗୋଲ୍ଡ ପ୍ଲେଟେଡ୍ ବାହୁବଳୀ ମୋମୋ ।

ବାହୁବଳୀ ଗୋଲ୍ଡ ମୋମୋର ଓଜନ ୨ କି.ଗ୍ରା ରହିଥିଲାବେଳେ ଏହାକୁ ୭ରୁ ୮ ଜଣ ଲୋକ ଆରାମରେ ଖାଇପାରିବେ । ଏହି ମୋମୋରେ ଫିଲିଂ ଭାବେ ପନିପରିବା ଓ ଚିଜ୍ ରହିଛି । ସେହିଭଳି ମୋମୋରେ ଭକ୍ଷଣଯୋଗୀ ୨୪ କ୍ୟାରେଟ୍ ଗୋଲ୍ଡର ପ୍ଲେଟିଂ ଦିଆଯାଇଛି ।

ଏହି ମୋମୋକୁ ଖାଇବା ପାଇଁ ସାଥିରେ ରହିଛି ଅରେଂଜ ମିଣ୍ଟ ମୋଇତୋ, ଚକୋଲେଟ୍ ମୋମୋ ଓ ଭଳିକିଭଳି ଚଟଣୀ । ଭାରତରେ ପ୍ରଥମ ଥର ପାଇଁ ଏଭଳି ସ୍ୱତନ୍ତ୍ର ମୋମୋକୁ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛି ମୁମ୍ବାଇର ମେସି ଆଡ୍ଡା କେଫେ । ତମ୍ବା ପାତ୍ରରେ ଏହି ମୋମୋକୁ ପରଷା ଯାଉଥିବାବଳେ ଏହାର ଦାମ୍ ରହିଛି ୧୨୯୯ ଟଙ୍କା ।

Leave A Reply

Your email address will not be published.