Latest Odisha News

ସ୍ମୃତି ମାନ୍ଧନା ଓ ବିରାଟ କୋହଲୀଙ୍କୁ ‘ୱିଜଡ଼େନ କ୍ରିକେଟର୍ ଅଫ ଦ ଇୟର’ ପୁରସ୍କାର

ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ କ୍ରିକେଟ ସମ୍ମାନ କହିଲେ ଇଂଲଣ୍ଡର ୱିଜଡ଼େନ ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାରକୁ ବୁଝାଇଥାଏ । ଭାରତୀୟ କ୍ରିକେଟ କପ୍ତାନ ବିରାଟ କୋହଲୀ ଲଗାତର ୩ୟ ଥର ଲାଗି ‘ୱିଜଡ଼େନ କ୍ରିକେଟର୍ ଅଫ ଦ ଇୟର’ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ଭାରତୀୟ ମହିଳା ଦଳର ଓପନିଂ ବ୍ୟାଟ୍ସମ୍ୟାନ ସ୍ମୃତି ମାନ୍ଧନା ମଧ୍ୟ ମହିଳା କ୍ରିକେଟରେ ‘ୱିଜଡ଼େନ କ୍ରିକେଟର୍ ଅଫ ଦ ଇୟର’ ପୁରସ୍କାର ପାଇବାକୁ ମନୋନୀତା ହୋଇ ଭାରତୀୟ କ୍ରିକେଟରେ ଏକ ନୂଆ ଇତିହାସ ରଚନା କରିଛନ୍ତି ।

ବିରାଟ କୋହଲୀ କ୍ରମାଗତ ଭାବେ ୨୦୧୬, ୨୦୧୭ ଏବଂ ଏବେ ୨୦୧୮ ମସିହା ଲାଗି ଏହି ସମ୍ମାନଜନକ ଅନ୍ତର୍ଜାତୀୟ କ୍ରିକେଟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିରାଟ ଉଭୟ ଟେଷ୍ଟ ଓ ଦିନିକିଆରେ ଶ୍ରେଷ୍ଠ ର‌୍ୟାଙ୍କର ବ୍ୟାଟ୍ସମ୍ୟାନ ଭାବେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

ଭାରତୀୟ ଅଧିନାୟକ ତଥା ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଭାବେ ବିରାଟ ଗତବର୍ଷ ୫ଟି ଟେଷ୍ଟ ସିରିଜରେ ୫୯୩ ରନ କରି ରେକର୍ଡ଼ ସୃଷ୍ଟି କରିପାରିଛନ୍ତି ।

ଅନ୍ୟ ଯେଉଁ ୪ ଜଣ ଖେଳାଳି ‘ୱିଜଡ଼େନ କ୍ରିକେଟର୍ ଅଫ ଦ ଇୟର’ ବିବେଚିତ ହୋଇଛନ୍ତି ସେମାନେ ହେଲେ – ସାମ୍ କୁରେନ, ଜୋସ ବଟଲର୍, ଟମି ବିୟମଣ୍ଟ ଏବଂ ରରି ବଣ୍ଣସ ।

ସେହିପରି ଭାରତୀୟ ମହିଳା କ୍ରିକେଟର୍ ସ୍ମୃତି ମାନ୍ଧନା ମହିଳା କ୍ରିକେଟ ଲାଗି ‘ୱିଜଡ଼େନ କ୍ରିକେଟର୍ ଅଫ ଦ ଇୟର’ ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଭାରତୀୟ ମହିଳା କ୍ରିକେଟ ଦଳରେ ଜଣେ ଦକ୍ଷ ଓପନର୍ ଭାବେ ସ୍ମୃତି ଅନେକଥର ଚିତାକର୍ଷକ ବ୍ୟାଟିଂ ପ୍ରଦର୍ଶନ କରି ଦଳକୁ ଜିତାଇପାରିଛନ୍ତି ।

Leave A Reply

Your email address will not be published.