Latest Odisha News

BREAKING NEWS

ଅମୀରଙ୍କ ବିଜ୍ଞାପନ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅମୀର ଖାଁଙ୍କ ଏକ ବିଜ୍ଞାପନ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନୋ ଅନନ୍ତକୁମାର ହେଗଡେ । ସିଏଟର ଏକ ବିଜ୍ଞାପନରେ ଅମୀର ବାଣ ନ ଫୁଟାଇବା ପାଇଁ ପରାମର୍ଶ ଦେଇଛନ୍ତି । ଏହାକୁ ବିରୋଧ କରି ହେଗଡେ କହିଛନ୍ତି ସବୁବେଳେ ହିନ୍ଦୁଙ୍କୁ କାହିଁକି ଟାର୍ଗେଟ କରାଯାଉଛି ।

କମ୍ପାନୀର ଏମଡି ଏବଂ ସିଇଓ ଅନନ୍ତ ବର୍ଦ୍ଧନଙ୍କୁ ମଧ୍ୟ ଏ ନେଇ ସେ ଚିଠି ଲେଖିଛନ୍ତି । ଏହି ବିଜ୍ଞାପନ ପ୍ରତି ଧ୍ୟାନ ଦିଅନ୍ତୁ, କାରଣ ଏହା ହିନ୍ଦୁମାନଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରୁଛି । ବାଣ ନ ଫୁଟାଇବା ପାଇଁ ପରାମର୍ଶ ଦେବା ନିଶ୍ଚିତ ଭାବେ ଭଲ ବାର୍ତା । ତେବେ ଆପଣ ଶୁକ୍ରବାର ରାସ୍ତା ଅବରୋଧ କରି ନମାଜ ପଢ଼ିବା, ସକାଳୁ ମସଜିଦରୁ ଆସୁଥିବା ଅଜନ ନେଇ ମଧ୍ୟ ସଚେତନତା ସୃଷ୍ଟି କରାଯାଇ ପାରିବ । ଏହା ବି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଉଛି ବୋଲି ହେଗେଡ ଲେଖିଛନ୍ତି ।

Leave A Reply

Your email address will not be published.