ଯାଜପୁର: ଧରାପଡିଲା ଧୋକାବାଜ ପ୍ରେମିକ । ପ୍ରେମିକାକୁ ଧୋକା ଦେଇ ଉତ୍ତରପ୍ରଦେଶରୁ ଚାଲିଆସିଥିବା ପ୍ରେମିକ ଶେଷରେ ବିଞ୍ଝାରପୁରରୁ ଗିରଫ ହୋଇଛି। ଯାଜପୁରର ସୁଶାନ୍ତ ଉତ୍ତରପ୍ରଦେଶରେ ଯାଇ କାମ କରୁଥିବା ବେଳେ ଜଣେ ବିଧବା ମହିଳାଙ୍କୁ ପ୍ରେମ କରି ବିବାହ କରିଥିଲେ। ମହିଳାଙ୍କ ପୂର୍ବରୁ ଗୋଟିଏ ପିଲା ମଧ୍ୟ ରହିଛି ।
ତେବେ କିଛି ଦିନ ତଳେ ସୁଶାନ୍ତ ମହିଳା ଜଣକୁ କିଛି ନକହି କେଉଁଆଡେ ଚାଲିଯାଇଥିଲେ। ଏନେଇ ମହିଳା ଜଣକ ଥାନାରେ ଲିଖିତ ଏତଲା ଦେଇଥିଲେ। ଶେଷରେ ପୁଲିସ ଛାନ୍ବିନ୍ କରି ସୁଶାନ୍ତକୁ ବିଞ୍ଝାରପୁରରୁ ଗିରଫ କରିବାରେ ସକ୍ଷମ ହୋଇଛି।
Comments are closed.