Latest Odisha News

BREAKING NEWS

ପୁରୀରେ ”ମୋ ସରକାର” ବୈଠକ ଅନୁଷ୍ଠିତ

ପୁରୀ : ”ମୋ ସରକାର” ବୈଠକ । ପୁରୀରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ମୋ ସରକାର ବୈଠକ ଅନୁଷ୍ଠିତ ହୋଇଯାଇଛି। ”ମୋ ସରକାର” ଅନ୍ତର୍ଗତ ଉପଲବ୍ଧ ସେବା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି।କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ସହ ବୃତ୍ତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।

ଜନସାଧାରଣ ହିଁ ଶାସନ ବ୍ୟବସ୍ଥାର ମୁଖ୍ୟ ଓ ଗଣତନ୍ତ୍ରର ପ୍ରତିଟି ଅନୁଷ୍ଠାନ ସେମାନଙ୍କ ନିମନ୍ତେ ସମର୍ପିତ । ସେମାନଙ୍କୁ ଉତ୍ତମ ସେବା ଦେବା ସହ ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ଯୋଗ୍ୟତା ଭିତ୍ତିରେ ସାମିଲ କରାଯିବ ।ବ୍ଲକ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କ ସବିଶେଷ ବିବରଣୀ ରଖାଯିବ । ସେମାନଙ୍କ ମୋବାଇଲ ନମ୍ବର ପଞ୍ଜିକରଣ କରାଯିବ । ଏଥିନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ସଂଲଗ୍ମ କୋଠରୀକୁ “ମୋ ସରକାର” ସ୍ବତନ୍ତ୍ର ସେଲ ଭାବେ ଖୋଲା ଯାଇଛି । ଏଥିନିମନ୍ତେ ୬ ଜଣ ଉଚ୍ଚ ଶିକ୍ଷିତା ଭିନ୍ନକ୍ଷମ ମହିଳାଙ୍କୁ ଡାଟା ଏଣ୍ଟ୍ରି ଅପରେଟର ଭାବେ ନିଯୁକ୍ତ ଦିଆଯାଇଛି ।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.