Latest Odisha News

ମିଳିଲା ୨୭ ଶହ ବର୍ଷ ପୁରୁଣା ମଦ କାରଖାନା

ଦୋହକ୍: ମିଳିଲା ୨୭ ଶହ ବର୍ଷ ପୁରୁଣା ମଦ କାରଖାନା। ଇରାକର ପ୍ରତ୍ନତତ୍ତ୍ୱବିତ୍‌ମାନେ ୨୭୦୦ ବର୍ଷ ପୂର୍ବର ମଦ କାରଖାନାର ସନ୍ଧାନ ପାଇଛନ୍ତି। ଆସିରିୟାନ୍‌ ରାଜାମାନଙ୍କ ଶାସନ ସମୟର ଏକ ବଡ଼ ଧରଣର ମଦ କାରଖାନା ଆବିଷ୍କାର କରିବା ସହିତ ଚମତ୍କାର କଳାକୃତି ମଧ୍ୟ ଆବିଷ୍କାର କରିଥିବା ସୂଚନା ମିଳିଛି।

ପ୍ରାଚୀନ ବିଭାଗର ପୁରାତନ ପ୍ରତ୍ନତତ୍ତ୍ୱବିତ୍‌ଙ୍କ ମିଳିତ ଦଳ ଉତ୍ତର ଇରାକର ଫୈଡା ଠାରେ ରାଜାମାନେ ଈଶ୍ବରଙ୍କୁ ପ୍ରାର୍ଥନା କରୁଥିବା, ପ୍ରାୟ ନଅ କିଲୋମିଟର ଲମ୍ବ (୫.୫ ମାଇଲ୍) ଇରିଗେସନ୍‌ କେନାଲର ଆବିଷ୍କାର କରିଛନ୍ତି। ଏହା ଉପରେ ବିଭିନ୍ନ କଳାକୃତି ଖୋଦେଇ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି ବୋଲି ଦୋହକ୍ ଏବଂ ଇଟାଲୀର ଆର୍କୋଲୋଜିଷ୍ଟ କହିଛନ୍ତି।

ଦ କାର୍ଭିଙ୍ଗ୍‌ସ, ପାଞ୍ଚ ମିଟର (୧୬ ଫୁଟ) ଚଉଡା ଏବଂ ଦୁଇ ମିଟର ଉଚ୍ଚତା ବିଶିଷ୍ଟ ୧୨ ଟି ପ୍ୟାନେଲ୍, ଦେବତା, ରାଜା ଏବଂ କିଛି ଭୟଭୀତ ପଶୁମାନଙ୍କ ଚିତ୍ର ଦେଖିବାକୁ ମିଳିଛି। ଏହା ଦ୍ୱିତୀୟ (ଖ୍ରୀଷ୍ଟପୂର୍ବ ୭୨୧-୭୦୫)ର ବୋଲି ବିଶ୍ବାସ କରାଯାଉଛି।

Comments are closed.