Latest Odisha News

BREAKING NEWS

ଆଜି ବିଜେପିର ୧୨ଘଣ୍ଟିଆ ବାରିପଦା ବନ୍ଦ

ବାରିପଦା: ଆଜି ବିଜେପିର ୧୨ଘଣ୍ଟିଆ ବାରିପଦା ବନ୍ଦ ଡ଼ାକରା। ବିଜେପି କର୍ମୀଙ୍କୁ ମାଡ଼ ସହ ୧୬ଦଫା ଦାବି ନେଇ ଏହି ବନ୍ଦ ଡ଼ାକରା ଦିଆଯାଇଛି। ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ଡ଼ାକରା ଦିଆଯାଇଛି।

ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ପାଇଁ ଦାବି କରିଛି ବିଜେପି। ଗତ ୨୨ତାରିଖରେ ବାରିପଦା ଗସ୍ତରେ ମୁଖ୍ୟମନ୍ତ୍ରୀ ଆସିଥିବାବେଳେ ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ବିଜେଡ଼ି କାର୍ଯ୍ୟକର୍ତ୍ତା ମରଣାନ୍ତକ ଆକ୍ରମଣ କରିଥିଲେ।

ଏହାସହ ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସବୁ ରାଜ୍ୟ କାର୍ଯ୍ୟକାରୀ କରୁଥିବାବେଳେ ଓଡ଼ିଶା ସରକାର କାର୍ଯ୍ୟକାରୀ କରିବାରେ କୁଣ୍ଠାରୋଧ କରିବା। ମୟୁରଭଞ୍ଜ ଜିଲ୍ଲାର ସମସ୍ତ ପିଏଚସି, ସିଏଚସି, ଡାକ୍ତରଖାନାରେ ଖାଲି ପଡ଼ିଥିବା ପଦବୀ ପୂରଣ ନହେବା, ମୟୁରଭଞ୍ଜ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ପୂରଣ ନ କରିବା। ଏହିପରି ୧୬ଦଫା ଦାବିରେ ବିଜେପି ବନ୍ଦ ଡ଼ାକରା ଦେଇଛି।

ବନ୍ଦ ପ୍ରଭାବରେ ଦୋକାନବଜାର, ସ୍କୁଲ କଲେଜ, ଗାଡ଼ିମଟର ସବୁ ବନ୍ଦ ରହିଛି। ସୁରକ୍ଷା ଦୃଷ୍ଟିରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

Leave A Reply

Your email address will not be published.