Latest Odisha News

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ରଜନୀକାନ୍ତ

ଚେନ୍ନାଇ: ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ରଜନୀକାନ୍ତ। ତାଙ୍କୁ ଚେନ୍ନାଇର କୌଭେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଟିମ୍‌ର କହିବାନୁସାରେ, ତାଙ୍କୁ ‘ରୁଟିନ୍ ଚେକଅପ୍’ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ଅପରାହ୍ନ ସମୟରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତାଙ୍କ ଝିଅ ଐଶ୍ୱର୍ଯ୍ୟା ତାଙ୍କ ସହ ଡାକ୍ତରଖାନାରେ ଥିବା ଜଣାପଡ଼ିଛି। “ଏହା ନିୟମିତ ଭାବେ କରାଯାଉଥିବା ହେଲ୍‌ଥ ଚେକ୍‌ଅପ୍‌ ବୋଲି ଜଣାପଡ଼ିଛି।”

ରଜନୀକାନ୍ତ ଦାଦାସାହେବ ଫାଲକେ ପୁରସ୍କାର ପାଇବା ପାଇଁ କିଛି ଦିନ ପୂର୍ବରୁ ଦିଲ୍ଲୀରେ ଥିଲେ। ଏହି ସମୟରେ ସେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିଥିଲେ।

Comments are closed.