Latest Odisha News

BREAKING NEWS

ମସ୍କୋରେ ମୁଣ୍ଡ ଟେକିଲା କରୋନା, ଲାଗୁ ହେଲା ଲକଡାଉନ୍

ମସ୍କୋ : ଋଷରେ ମୁଣ୍ଡ ଟେକିଲାଣି ମହାମାରୀ କରୋନା । ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେଲାଣି । ଦିନକୁ ଦିନ ସଂକ୍ରମଣ ବଢୁଥିବା ବେଳେ, ରାଜଧାନୀ ମସ୍କୋରେ ଲାଗୁ ହୋଇଛି ଲକଡାଉନ । ଅଧିକାଂଶ ସହରରେ ଆକ୍ରାନ୍ତ ସଂଖ୍ୟା ବଢିଥିବାରୁ ଏଭଳି ଲକଡାଉନ ଜାରି ହୋଇଛି । ପ୍ରତିଦିନ ମାମଲା ବଢୁଥିବାରୁ ଏବେ ଚିନ୍ତାରେ ପଡିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ । ତେଣୁ ଏ ଦିଗରେ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସଂକ୍ରମଣ କାରଣରୁ ସମସ୍ତ ଦୋକାନ ବଜାର, ରେଷ୍ଟୁରାଣ୍ଟ ଓ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି । କେବଳ ଔଷଧ ଦୋକାନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୧୫୯ ହେବା ପରେ ଏହି କଟକଣା ଲାଗୁ ହୋଇଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୫ ହଜାର ପାର୍ ହୋଇଛି । ଅନ୍ୟପଟେ ଆସନ୍ତାକାଲି ଠାରୁ ଦେଶରେ ୭ ଦିନ ଲାଗି କାର୍ଯ୍ୟବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମଣ ରୋକିବା ଲାଗି ଏହି ବଡ ଘୋଷଣା କରାଯାଇଛି ।

Comments are closed.