Latest Odisha News

BREAKING NEWS

ଆଉ ଗୋଟିଏ ରାତି ଜେଲରେ ରହିବେ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ଆଜି ଶେଷ ମୂହର୍ତରେ ଜେଲରୁ ମୁକୁଳି ପାରି ନାହାନ୍ତି । ଗୁରୁବାର ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ଆର୍ଥର ରୋଡ ଜେଲରେ କୋର୍ଟଙ୍କ ଅର୍ଡର ନିର୍ଦ୍ଧାରିତ ସମୟରେ ପଂହଚି ପାରି ନ ଥିଲା । ଜେଲ ନିୟମ ଅନୁସାରେ ସାଢ଼େ ୫ଟା ସୁଦ୍ଧା ଜେଲ କର୍ତୃପକ୍ଷଙ୍କ ନିକଟରେ ଏହା ପଂହଚିବା କଥା । ଏଥିଯୋଗୁ ଶୁକ୍ରବାର ରାତିରେ ଆର୍ଯ୍ୟନ ଜେଲରେ ରହିବେ ।

କୋର୍ଟ ଆର୍ଯ୍ୟନଙ୍କ ସମେତ ମୁନମୁନ ଧାମେଚା ଓ ଅରବାଜ ମର୍ଚ୍ଚାଂଟଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଥିଲେ । ଜେଲ ନିୟମ ଅନୁସାରେ ସୂର୍ଯ୍ୟାସ୍ତ ପରେ ସମସ୍ତ କୈଦୀଙ୍କ ଗଣତି କରାଯାଇ ବ୍ୟାରେକକୁ ପଠାଯାଏ । ଏହି ସମୟରେ କେହି ବାହାରକୁ ଯାଇପାରିବେ ନାହିଁ । ଏହି ନିୟମ ଯୋଗୁ ଆର୍ଯ୍ୟନ ଜାମିନ ପାଇ ବି ଜେଲରୁ ମୁକୁଳି ପାରି ନ ଥିଲେ ।

Leave A Reply

Your email address will not be published.