Latest Odisha News

BREAKING NEWS

ସଚିନଙ୍କଠାରୁ ଭାରତ ରତ୍ନ ସମ୍ମାନ ଫେରାଇ ନେବା ପାଇଁ ଦାବୀ ଜୋର ଧରିଲା, ରାଷ୍ଟ୍ରପତିଙ୍କୁ ପତ୍ର

ରାୟପୁର: କ୍ରିକେଟର ସଚିନ ତେନ୍ଦୁଲକରଙ୍କଠାରୁ ଭାରତ ରତ୍ନ ସମ୍ମାନ ଫେରାଇ ନେବା ପାଇଁ ଦାବୀ ଜୋର ଧରିଛି । ଶୁକ୍ରବାର ରାୟପୁର ଆରଏଭି ଲିଗାଲ ଫାର୍ମ ଏ ନେଇ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛନ୍ତି । କଂଗ୍ରେସ ରାଜ୍ୟସଭା ସାଂସଦ ବିବେକ ତନଖାଙ୍କ ପୁତ୍ର ଏହି ଫାର୍ମର ମାଲିକ । ଉକ୍ତ ଫାର୍ମ ଦାବୀ କରିଛି ଯେ, ସଚିନ ଟ୍ୟାକ୍ସ ଫ୍ରି ଦେଶ ବ୍ରିଟିଶ ଭର୍ଜିନ ଆଇଲାଣ୍ଡରେ କୋଟି କୋଟି ଟଙ୍କା ଜମା ରଖିଛନ୍ତି । ସଚିନ ତାଙ୍କ ପତ୍ନୀ ଅଂଜଳି ଓ ଶ୍ୱଶୂର ଆନନ୍ଦ ମେହେଟ୍ଟାଙ୍କ ପାର୍ଟନରଶିପରେ ଏସଏଏଏସ ଇଂଟର ନ୍ୟାଶନାଲ ନାମକ କମ୍ପାନୀ ଖୋଲିଛନ୍ତି । ଏହି କମ୍ପାନୀ ଜରିଆରେ ଟଙ୍କା ଜମା କରାଯାଇଛି ।

ଏସଏଏଏସର ସମସ୍ତ କାର୍ଯ୍ୟ ଏଲୋଗୋକାଲ ଲ ଫାର୍ମ ବୁଝିଛି । ଏହି କମ୍ପାନୀ ଟ୍ୟାକ୍ସର ଭୂସ୍ୱର୍ଗ କୁହାଯାଉଥିବା ପନାମା ଦେଶଗୁଡିକରେ କୋଟପତିଙ୍କୁ ଟଙ୍କା ରଖିବାରେ ସାହାଯ୍ୟ କରିଥାଏ । ପ୍ୟାଣ୍ଡୋରା ପେପର୍ସରେ ଏହି କମ୍ପାନୀର ନାମ ଉଠିବାରୁ ଏହାକୁ ବନ୍ଦ କରି ଦିଆଯାଇ ୬୦ କୋଟି ଟଙ୍କା ତୁରନ୍ତ ଭାରତ ଅଣାଯାଇଥିଲା । ଏହା ପରୋକ୍ଷରେ ଭାରତ ସହ ବିଶ୍ୱାସଘାତକତା ହୋଇଥିବାରୁ ସଚିନଙ୍କଠାରୁ ଭାରତ ରତ୍ନ ସମ୍ମାନ ଫେରାଇ ନିଆଯାଉ ବୋଲି ଫାର୍ମ ଦାବୀ କରିଛି ।

Comments are closed.