Latest Odisha News

ଗଣମାଧ୍ୟମ ସଂସ୍ଥା ବିରୋଧରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ମାନହାନୀ ମାମଲା ରୁଜୁ

ଭୁବନେଶ୍ୱର: ଏକାଧିକ  ଗଣମାଧ୍ୟମ ସଂସ୍ଥା  ନାଁରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମାନହାନୀ ମାମଲା ରୁଜୁ କରିଛନ୍ତି । ମିଥ୍ୟା ଖବର ପ୍ରସାରଣ କରି ବଦନାମ କରିଥିବା ଅଭିଯୋଗ କରିଛନ୍ତି ଦିବ୍ୟଶଙ୍କର । ମମିତା ହତ୍ୟା ମାମଲାରେ ପ୍ରେସବାର୍ତ୍ତା ଜରିଆରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି ।

ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ମମିତାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ମୁଁ ଗଭୀର ମର୍ମାହତ । ଏହାସହ ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଥିବା ସେ ପ୍ରେସ ବାର୍ତ୍ତାରେ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଆଇନ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ମିଥ୍ୟା ଆଧାରରେ କିଛି ଗଣମାଧ୍ୟମ ତାଙ୍କ ଚରିତ୍ର ସଂହାର କରିଥିବା କହିଲେ ଦିବ୍ୟଶଙ୍କର। ମହାଲିଙ୍ଗ କଲେଜ କାର୍ଯ୍ୟକ୍ରମରେ ଯୋଗଦେବା ସଂପର୍କରେ ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି । ଜନ ପ୍ରତିନିଧିମାନେ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି। ମୁଁ ଯଦି ଏପରି କୌଣସି ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗଦେଇଥାଏ ଆଉ ସେଠି ପରେ କିଛି ଅପରାଧ ଘଟେ, ସେଥିପାଇଁ ମୋତେ ଦାୟୀ କରାଯାଇପାରିବ ନାହିଁ ।

ବାୟୁସେନାର ଆଦର୍ଶ ନେଇ ମୁଁ ରାଜନୀତିକୁ ଆସିଛି ବୋଲି ଦିବ୍ୟଶଙ୍କର କହିଛନ୍ତି । ମୁଁ ପଛେ କ୍ଷତିଗ୍ରସ୍ତ ହେବି, ଜଣେ ହେଲେ ବ୍ୟକ୍ତିକୁ ଦୁଃଖ ଭୋଗିବାକୁ ଦେବିନି ବୋଲି ସ୍ପଷ୍ଟ କରିଛନ୍ତି ଦିବ୍ୟଶଙ୍କର ।

Leave A Reply

Your email address will not be published.