Latest Odisha News

BREAKING NEWS

ହାତୀ ଉପଦ୍ରବରୁ ମିଳିବ ଆଶ୍ୱସ୍ତି: ଓଡିଶା ଆସିଲା ହାତୀ ଘଉଡାଇବା ଯନ୍ତ୍ର

ଭୁବନେଶ୍ୱର: ଏଣିକି ହାତୀ ଉପଦ୍ରବରୁ ମିଳିବ ଆଶ୍ୱସ୍ତି  । ଓଡିଶା ଆସିଲା ହାତୀ ଘଉଡାଇବା ଯନ୍ତ୍ର । ହାତୀ ଉପଦ୍ରବରୁ ଏଣିକି ଚାଷୀ ମାନଙ୍କୁ ଆଶ୍ବସ୍ତି ମିଳିବ। ଚାଷୀଙ୍କର ଫସଲକୁ ଏହି ଯନ୍ତ୍ର ସୁରକ୍ଷା ଯୋଗାଇବ । ଏହା ସହିତ ହାତୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିବ । ଓଡ଼ିଶାକୁ ହାତୀ ଘଉଡ଼ାଇବା ଯନ୍ତ୍ର ଆସିଯାଇଛି ।

ହାତୀ ଘଉଡାଇବା ପାଇଁ ବନ ବିଭାଗର ନୂଆ ତରିକା ଆରମ୍ଭ ହୋଇଯାଇଛି । ହାତୀ ଘଉଡ଼ାଇବା ପାଇଁ ଉଦ୍ଦିଷ୍ଟ ଯନ୍ତ୍ର ‘ଏନଆଇଡର’ ବନ ବିଭାଗ ବ୍ୟବହାର ଆରମ୍ଭ କରିଛି । ANIDER ସୌର ଶକ୍ତି ଦ୍ୱାରା ଚାଳିତ ଯନ୍ତ୍ର । ହାତୀ ଘଉଡାଇବା ପାଇଁ ଏହି ଯନ୍ତ୍ରର ବ୍ୟବହାର କରଯାଉଛି । ବର୍ତ୍ତମାନ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଓ ଢେଙ୍କାନାଳ ଡିଭିଜନରେ ଏହାର ପରୀକ୍ଷଣ ଚାଲିଛି ।

କେଉଁ ଜନ୍ତୁ ଘଉଡାଇବାକୁ ପଡିବ ସେ ନେଇ ଯନ୍ତ୍ରରେ ଆଡ଼ଜଷ୍ଟ କାରିବାକୁ ପଡିବ । ଯଦି ହାତୀ ପାଇଁ ଆଡ଼ଜଷ୍ଟ କରିବେ, ପଚାଶ ମିଟର ଦୂରରୁ ହାତୀ ଆସିଲେ ବହୁତ ଜୋରରେ ଲାଇଟ ପଡିବ ଏବଂ ଶବ୍ଦ ବାହାରିବ । ହାତୀ ଆଲୋକ ଏବଂ ଶବ୍ଦ ଶୁଣି ଫେରିଯିବ ।

ଏହି ଯନ୍ତ୍ରର ଦର ମଧ୍ୟ ବେଶି ନୁହେଁ। ଗୋଟିଏ ଯନ୍ତ୍ରକୁ ୨୫ ହଜାର ଟଙ୍କା ରହିଛି ।

Comments are closed.