Latest Odisha News

BREAKING NEWS

ମୋଦିଙ୍କ ସାମ୍ନାରେ ସଂସ୍କୃତ ଶ୍ଲୋକ ପଢିଲେ ମହିଳା

ଓଡ଼ିଶା ସମ୍ବାଦ ବ୍ୟୁରୋ: ମୋଦିଙ୍କ ସାମ୍ନାରେ ସଂସ୍କୃତ ଶ୍ଲୋକ ପଢିଲେ ମହିଳା ଜି-୨୦ ସମ୍ମିଳନୀ ପାଇଁ ଇଟାଲୀ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତରେ ସେ ଅନେକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଛନ୍ତି । ଏହାରି ମଧ୍ୟରେ ଭିଡ ଭିତରେ ଜଣେ ମହିଳା ସଂସ୍କୃତ ଶ୍ଲୋକ ଉଚ୍ଚାରଣ କରିଥିଲେ । ଆଉ ମୋଦିଙ୍କ ସାମ୍ନାରେ ଶିବ ତାଣ୍ଡବ ଗାନ କରିଥିଲେ । କେବଳ ସେତିକି ନୁହେଁ ଅନ୍ୟ ଲୋକମାନେ ମଧ୍ୟ ଜୟ ଶ୍ରୀରାମ ଓ ଭାରତ ମାତା କୀ ଜୟ ନାରା ଦେଇଥିଲେ ।

ମୋଦି  ମଧ୍ୟ ସେଠାରେ ଗୁଜୁରାଟୀ ଭାଷାରେ କିଛି ପ୍ରଶ୍ନର ଉତ୍ତର ଦେଇଛନ୍ତି । ଏବେ ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ଭାଇରାଲ ହେବାରେ ଲାଗିଛି।

ଜି-୨୦ ସମ୍ମିଳନୀରେ ମୋଦି ଅନେକ ନେତା ମାନଙ୍କ ସହ କରୋନା ମହାମାରୀ ସହ ଲଢେଇ, ବୈଷୟିକ ଅର୍ଥ ବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା କରିବେ । ମୋଦୀ ୨୯ ଅକ୍ଟୋବରରୁ ୩୧ ଅକ୍ଟୋବର ଯାଏଁ ଇଟାଲୀ ଗସ୍ତରେ ରହିଛନ୍ତି ।

Leave A Reply

Your email address will not be published.