Latest Odisha News

BREAKING NEWS

୨୪ ଘଣ୍ଟାରେ ରାଜ୍ୟରୁ ୩୭୪ କରୋନା ଆକ୍ରାନ୍ତ ଚିହ୍ନଟ, ୪ ମୃତ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୦୦ ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୩୭୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୬୫ ଜଣ ୧୮ ବର୍ଷରୁ କମ୍ ସଂକ୍ରମିତ ଅଛନ୍ତି । ୨୪ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୮୨ ପଜିଟିଭ୍ ବାହାରିଛନ୍ତି ।

ମୟୂରଭଞ୍ଜରୁ ୨୨, କଟକରୁ ୧୭, ବାଲେଶ୍ୱରରୁ ୧୪, ଯାଜପୁରରୁ ୧୩, ଜଗତସିଂହପୁରରୁ ୧୧ ଓ ସମ୍ୱଲପୁରରୁ ଆଉ ୧୦ ଜଣ ସଂକ୍ରମିତ ହୋଇଛନ୍ତି । ଅନ୍ୟ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।

୨୪ ଘଣ୍ଟାରେ ରାଜ୍ୟରେ ୬୮ହଜାର ୭୦୫ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୦.୫୪ ପ୍ରତିଶତ । ସେହିପରି କରୋନା ଆଉ ୪ ଜଣଙ୍କର ଜୀବନ ନେଇଛି । କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୮ହଜାର ୩୨୯କୁ ବୃଦ୍ଧି ପାଇଛି ।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୪୦ହଜାର ୯୬୯ । ସୁସ୍ଥ ହୋଇଛନ୍ତି ୧୦ଲକ୍ଷ ୨୮ହଜାର ୨୦୭ । ଏବେ ରାଜ୍ୟରେ ୪ହଜାର ୩୮୦ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.