Latest Odisha News

BREAKING NEWS

୩ ଲୋକସଭା ଓ ୩୦ ବିଧାନସଭା ଆସନରେ ଉପନିର୍ବାଚନ

ନୂଆଦିଲ୍ଲୀ: ଆଜି ଦେଶରେ ୩ଟି ଲୋକସଭା ଓ ୩୦ ବିଧାନସଭା ଆଶନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ମଧ୍ୟପ୍ରଦେଶର ଖଣ୍ଡଓ୍ୱା, ହିମାଚଳପ୍ରଦେଶର ମଣ୍ଡି ଲୋକସଭା ସିଟ ପାଇଁ ମତଦାନ ଚାଲିଛି । ସେହିପରି ଦାଦ୍ରା ନଗର ହାଓ୍ୱଲି ଲୋକସଭା ଆସନରେ ଉପନିର୍ବାଚନ ପାଇଁ ଭୋଟିଂ ଚାଲିଛି ।

ସେହିପିର ୧୩ ରାଜ୍ୟର ୩୦ଟି ବିଧାନସଭା ଆସନରେ ବି ଚାଲିଛି ଉପନିର୍ବାଚନ । ଏଥିରେ ଆସାମର ୫, ପଶ୍ଚିମବଙ୍ଗରେ ୪, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ମେଘାଳୟର ୩ଟି ଲେଖାଏ ଆସନ ରହିଛି । ସେହିପରି ବିହାର ଓ କର୍ଣ୍ଣାଟକରେ ୨ଟି ଲେଖାଏ ବିଧାନସଭା ସିଟରେ ଉପନିର୍ବାଚନ ଚାଲିଛି ।

ଆନ୍ଧ୍ରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ମିଜୋରାମ, ନାଗାଲାଣ୍ଡ ଓ ତେଲେଙ୍ଗାନା ଗୋଟିଏ ଲେଖାଏ ବିଧାନସଭା ସିଟରେ ଚାଲିଛି ଉପନିର୍ବାଚନ ପାଇଁ ମତଦାନ । କଡ଼ା ସୁରକ୍ଷା ଭିତରେ ଭୋଟ୍ ଗ୍ରହଣ ଚାଲିଛି । ବିଭିନ୍ନ ବୁଥରେ କୋଭିଡ୍ କଟକଣା ଓ ଗାଇଡଲାଇନ୍ ଅନୁସାରେ ଚାଲିଛି ମତଦାନ । ଭୋଟର ସାମାଜିକ ଦୂରତା ରକ୍ଷା କରି ଲାଇନରେ ଆସି ଭୋଟ୍ ଦେଉଛନ୍ତି । ନଭେମ୍ବର ୨ ତାରିଖରେ ଏସବୁ ଆସନରେ ଭୋଟ ଗଣତି ପରେ ପ୍ରକାଳ ପାଇବ ଫଳାଫଳ ।

Leave A Reply

Your email address will not be published.