Latest Odisha News

ଟିକସ ଫାଙ୍କିବା ଅଭିଯୋଗରେ ସୁନା ଦୋକାନରେ ଜିଏସଟି ବିଭାଗର ଚଢାଉ

ବରଗଡ଼ :ଧନ ତେରାସ ପୂର୍ବରୁ ସୁନା ଦୋକାନୀଙ୍କୁ ଝଟକା । ଟିକସ ଫାଙ୍କିବା ଅଭିଯୋଗରେ ଗହଣ। ଦୋକାନୀଙ୍କ ଘରେ  ସିଟି ଜିଏସଟି ବିଭାଗ ରେଡ କରିଛି। ପଦ୍ମପୁର ସହରର ଥାନା ଛକସ୍ଥିିତ ମିନାକ୍ଷୀ ଜୁଏଲାରୀ ସୁନା ଗହଣା ବିକ୍ରି କରି ଟିକସ ଫାଙ୍କିଥିବା ତା ନାଁ ରେ ଅଭିଯୋଗ ହୋଇଥିଲା । ସିଟି ଓ ଜିଏସଟି ବିଭାଗର ବରଗଡ଼ ଓ ସମ୍ବଲପୁର ଦୁଇଟି ଟିମ୍ ପଦ୍ମପୁର ଥାନା ଛକ ସ୍ଥିତ ଦୋକାନ ଓ ଘରେ ଚଢାଉ କରିଛନ୍ତି । ଏବଂ ସମସ୍ତ କ୍ରୟ ବିକ୍ରୟ ରେଜିଷ୍ଟାର ଯାଞ୍ଚ କରିବା ସହ ସୂନା ଗହଣା ଆଦି ଯାଞ୍ଚ କରିଥିଲେ ବୋଲି ଜିଏସଟି ବିଭାଗ ବରଗଡ଼ ଅଧିକାରୀ ରଜନୀକାନ୍ତ ସେଠ ସୂଚନା ଦେଇଛନ୍ତି।

Comments are closed.