Latest Odisha News

BREAKING NEWS

ଯୋଗାଭ୍ୟାସ ଓ ଯୋଗ ଶିବିର ଆୟୋଜିତ

ସୋନପୁର: ଆଜାଦୀକା ଅମୃତ ମହୋତ୍ସବ ଅବସରରେ ସୋନପୁରରେ ଯୋଗାଭ୍ୟାସ ଓ ଯୋଗ ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଫରେଷ୍ଟ ପାର୍କ ପରିସରରେ ଏହି ଶିବିର ହୋଇଥିଲା।

ଶିବିରରେ ବରିଷ୍ଠ ନାଗରିକମାନେ ଅଂଶଗ୍ରହଣ କରି ଯୋଗର ବିଭିନ୍ନ ଆସନ, ପ୍ରାଣାୟାମ ଓ ଧ୍ୟାନ କରିଥିଲେ। ଏହାସହ ଜାତୀୟ ଏକତାକୁ ସୁଦୃଢ଼ କରିବା ପାଇଁ ସଂକଳ୍ପ ନେଇଥିଲେ। ମଣିଷ ସୁସ୍ଥ ରହିବାକୁ ହେଲେ ଯୋଗ ଓ ପ୍ରାଣାୟାମ ନିହାତି ଆବଶ୍ୟକ ବୋଲି ଯୋଗାଚାର୍ଯ୍ୟା ଗୋରଖ ନାଥ ସାହୁ କହିଛନ୍ତି।

Leave A Reply

Your email address will not be published.