Latest Odisha News

BREAKING NEWS

ଛତ୍ରପୁରରେ ୫ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ବ୍ରହ୍ମପୁର : ଛତ୍ରପୁର ଥାନା ଅନ୍ତର୍ଗତ ବୁଗୁଡା ଗ୍ରାମ ନିକଟରେ ରବିବାର ଦିନ ଜଣେ ୫ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଭଳି ଲଜ୍ଜାଜନକ ଘଟଣା ଘଟିଛି ।

ମିଳିଥିବା ସୂଚନାନୁଯାୟୀ ଏଭଳି ଜଘନ୍ୟକାଣ୍ଡ ଘଟାଇବା ପରେ ସମ୍ପୃକ୍ତ ଅଭିଯୁକ୍ତ ଜଣକ ଗ୍ରାମରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ଏନେଇ ପିଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛି । ଆହୁରି ମଧ୍ୟ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ଲାଗି ପଠାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.