Latest Odisha News

BREAKING NEWS

ଯାଜପୁରରେ ଏଟିଏମ୍ ଲୁଟିଲେ ଦୁବୃର୍ତ୍ତ

ଯାଜପୁର : ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ଥିବା ଏଚଡିଏଫସି ବ୍ୟାଙ୍କ ଏଟିଏମରୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଲୁଟ୍ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ମାନେ ଏଟିଏମ୍ ଭଙ୍ଗା ହୋଇଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍ ମେସିନ ଭାଙ୍ଗି ସେଥିରୁ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ନେଇ ଜଣାପଡିଛି। ତେବେ ଏଟିଏମରୁ କେତେ ମୂଲ୍ୟର ଟଙ୍କା ଲୁଟ୍ ହୋଇଛି ସେସମ୍ପର୍କରେ ଏଯାବତ୍ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.