Latest Odisha News

BREAKING NEWS

ସୋସିଆଲ ମିଡିଆ ଛାଡିଲେ ରାଜ୍‌!

ନୂଆଦିଲ୍ଲୀ: ଅଶ୍ଳୀଳ ଫିଲ୍ମ ଓ ଭିଡିଓ ନିର୍ମାଣ ଓ ପ୍ରସାରଣ ମାମଲାରେ ଗିରଫ ହେବା ପରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏପର୍ଯ୍ୟନ୍ତ ସର୍ବସାଧାରଣରେ ହାଜର ହୋଇନାହାଁନ୍ତି। ଏବେ ଜାଣିବାକୁ ମିଳିଛି ଯେ ରାଜ କୁନ୍ଦ୍ରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ କରିଛନ୍ତି।

ଗିରଫ ପୂର୍ବରୁ ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ ଏବଂ ସେ ତାଙ୍କର ମଜାଳିଆ ଭିଡିଓ ପୋଷ୍ଟ କରନ୍ତି। ଅନେକ ଥର ଶିଳ୍ପା ମଧ୍ୟ ତାଙ୍କ ସହ ଏହି ଭିଡିଓରେ ନଜର ଆସିଥିଲେ, କିନ୍ତୁ ବର୍ତ୍ତମାନ ରାଜ କୁନ୍ଦ୍ରା ସୋସିଆଲ ମିଡିଆରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ଜେଲ୍‌ରୁ ମୁକୁଳିବା ପରେ ସୋସିଆଲ ମିଡିଆରେ ଜନସାଧାରଣଙ୍କ ଦୃଷ୍ଟିରୁ ରାଜ କୁନ୍ଦ୍ରା ଦୂରେଇ ରହିବାକୁ ଚାହୁଁଥିବା ଜଣାପଡ଼ିଛି।

Comments are closed.