Latest Odisha News

ପୁଣି ବଢିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସପ୍ତମ ଦିନ ପାଇଁ ତୈଳ ଦର ବୃଦ୍ଧି ପାଇଛି। ଡିଜେଲ ମୂଲ୍ୟ ଅପରିବର୍ତ୍ତିତ ଥିବାବେଳେ ପେଟ୍ରୋଲ ଦର ଆଜି ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି।

ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ସର୍ବାଧିକ ଲିଟର ପିଛା ୧୧୦.୦୪ ଟଙ୍କା ଥିବାବେଳେ ମୁମ୍ବାଇରେ ଲିଟର ପିଛା ୧୧୫.୮୫ ଟଙ୍କାକୁ ବୃଦ୍ଧି ପାଇଛି।

ମୁମ୍ବାଇରେ ଡିଜେଲ ବର୍ତ୍ତମାନ ଲିଟରରେ ୧୦୬.୬୨ ଟଙ୍କା ଥିବାବେଳେ ଦିଲ୍ଲୀରେ ଏହାର ଲିଟର ପିଛା ୯୮.୪୨ ଟଙ୍କା ରହିଛି।

କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୦.୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୧୦୧.୫୬ ଟଙ୍କା ବିକ୍ରି ହେଉଛି। ଏହି ସମୟରେ ଚେନ୍ନାଇରେ ପେଟ୍ରୋଲ ୧୦୬.୬୬ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୧୦୨.୫୯ ଟଙ୍କାରେ ବିକ୍ରି ହେଉଛି।

Leave A Reply

Your email address will not be published.