Latest Odisha News

BREAKING NEWS

ମା’ ଓ ଝିଅଙ୍କୁ ଛୁରାମାଡ ଘଟଣା : ଛୁରା ମାଡ କରିଥିବା ରୂପେଶ ପଣ୍ଡା ଅଟକ

ଭୁବନେଶ୍ୱର: ଶୈଳଶ୍ରୀବିହାରରେ ମା’ ଝିଅଙ୍କୁ ଛୁରାମାଡ ଘଟଣାରେ ନୂଆ ମୋଡ । ଛୁରା ମାଡ କରିଥିବା ପଡୋଶୀ ରୂପେଶ ପଣ୍ଡାଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ହସ୍ପିଟାଲରୁ ଡିସଚାର୍ଜ ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଦ୍ୱାରା ଅଟକ । ଲୁଟ୍ ଉଦ୍ଦେଶ୍ୟ ରଖି ଘର ଭିତରକୁ ପଶିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ।

ସୋମବାର ଝିଅ ବେଶରେ ପଡୋଶୀଙ୍କ ଘରେ ପଶିଥିଲା ରୂପେଶ । ଘରେ ଥିବା ମା’ ଓ ଝିଅଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ତେବେ କୌଣସିମତେ ଉଭୟ ମା’ ଝିଅ ରୂପେଶଙ୍କୁ କାବୁ କରିବା ସହ ମାଡ ମାରିଥିଲେ । ଆଉ ହେଲମେଟ ଖୋଲିବା ପରେ ଯୁବତୀ ବେଶରେ ରୂପେଶ ଆସିଥିବା ଜାଣିବାକୁ ପାଇଥିଲେ । ଆଉ ଏହା ଉଭୟ ମା’ ଓ ଝିଅଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କାହିଁକି ରୂପେଶ ଏଭଳି ଉଦ୍ୟମ କରୁଥିଲା ତାହା ବୁଝି ପାରିନଥିଲେ ଉଭୟ ମା’ ଓ ଝିଅ ।

ଅନ୍ୟପଟେ ରୂପେଶ ହସ୍ପିଟାଲରେ ଭର୍ତ୍ତି ହେବା ବେଳେ ଭିନ୍ନ ଏକ କଥା କହିଥିଲେ । ତାଙ୍କୁ କିଛି ଯୁବକ ଜୋରଜବରଦସ୍ତି ମାଡ ମାରିବା ସହ ଯୁବତୀଙ୍କ ଡ୍ରେସ ପିନ୍ଧାଇ ଉକ୍ତ ଘରକୁ ଆକ୍ରମଣ କରିବାକୁ ପଠାଇଥିଲେ । ଏପରିକି ସିସିଟିଭି ଫୁଟେଜ ଦେଖିବାକୁ ମଧ୍ୟ କହିଥିଲେ । କିନ୍ତୁ ପୋଲିସ ସୂଚନା ଅନୁସାରେ ଲୁଟ କରିବା ଉଦ୍ଦେଶ୍ୟରେ ଏଭଳି ଏକ ଘଟଣା ଘଟିଥାଇପାରେ । ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି ।

Comments are closed.