Latest Odisha News

BREAKING NEWS

ଗୁଜୁରାଟ ଖେଡ଼ା ପୋଲିସ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ

ଗୁଜୁରାଟ: ଗୁଜୁରାଟ ଖେଡ଼ା ଜିଲ୍ଲା ପୋଲିସ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, କିଛି ସମୟରେ ପୋଲିସ ଷ୍ଟେସନରେ ଥିବା ଅନେକ ଗାଡ଼ିରେ ନିଆଁ ଲାଗିଯାଇଛି।

ସୂଚନା ଅନୁସାରେ, ଖେଡ଼ା ଟାଉନ ପୋଲିସ ଷ୍ଟେସନରେ ନିଆଁ ଲାଗିବା କାରଣରୁ ୨୫ରୁ ଅଧିକ ଗାଡ଼ି ପୋଡ଼ି ନଷ୍ଟ ହୋଇଯାଇଛି। ଏଥିରେ ଅନେକ ବାଇକ, ଅଟୋରିକ୍ସା ଏବଂ କାର ରହିଥିଲା। ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବା ପାଇଁ ଦମକଳବାହିନୀକୁ ବହୁ ସମୟ ଲାଗିଥିଲା।

Comments are closed.