Latest Odisha News

BREAKING NEWS

କମୁନି ପ୍ରଦୂଷଣ; ଚିନ୍ତାରେ ରାଜଧାନୀବାସୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଏବେ ବି ଅତ୍ୟନ୍ତ ଖରାପ ରହିଛି। ଏୟାର କ୍ୱାଲିଟି ଏବଂ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ (SAFAR) ଦବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ରବିବାର ସକାଳେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୪୩୬ ରେ ପଞ୍ଜୀକୃତ ହେବା ସହିତ ଦିଲ୍ଲୀର ବାୟୁ ଗୁଣବତ୍ତା “ଗୁରୁତର” ବର୍ଗରେ ରହିଛି।

ରବିବାର ଦିନ ବାୟୁ ଗୁଣବତ୍ତା ସାମାନ୍ୟ ଉନ୍ନତ ହୋଇଛି, କିନ୍ତୁ ତଥାପି ସ୍ଥିତିରେ ସୁଧାର ଆସିନି।

ଦିୱାଲିର ଗୋଟିଏ ଦିନ ପରେ ଶୁକ୍ରବାର ଦିନ ସହରର ବାୟୁ ଗୁଣବତ୍ତା “ବିପଜ୍ଜନକ” ବର୍ଗରେ ଥିଲା। ଶନିବାର ଦିନ ସହରର ବିଭିନ୍ନ ସ୍ଥାନରେ ବାୟୁ ଗୁଣବତ୍ତା “ବିପଜ୍ଜନକ” ବର୍ଗରେ ରହିଥିଲା। ଆନନ୍ଦ ବିହାର ଏବଂ ଫରିଦାବାଦରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୬୦୦ ରୁ ଅଧିକ ପଞ୍ଜିକୃତ ହୋଇଥିଲା।

ଦିଲ୍ଲୀର ଖରାପ ବାୟୁ ଗୁଣବତ୍ତା, ପଡୋଶୀ ରାଜ୍ୟରେ ଅଗ୍ନିକାଣ୍ଡ କାରଣରୁ ଆଗାମୀ କିଛି ଦିନ ମଧ୍ୟରେ ଏହାର ଉନ୍ନତି ହେବାର ସମ୍ଭାବନା ନଥିବା ଜଣାପଡ଼ିଛି।

Leave A Reply

Your email address will not be published.