Latest Odisha News

BREAKING NEWS

୨୦୨୦ରେ ଚାଷୀଙ୍କ ଅପେକ୍ଷା ଅଧିକ ଆତ୍ମହତ୍ୟା କରିଛନ୍ତି ବ୍ୟବସାୟୀ

ନୂଆଦିଲ୍ଲୀ: ୨୦୨୦ ମସିହାରେ କରୋନା ମହାମାରୀ ଦ୍ବାରା ହୋଇଥିବା ବିନାଶର ପରିମାଣ ଆକଳନ କରାଯାଇଛି। ୨୦୧୯ ତୁଳନାରେ ୨୦୨୦ରେ ଚାଷୀଙ୍କ ଅପେକ୍ଷା ବ୍ୟବସାୟୀମାନେ ଅଧିକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

୨୦୨୦ରେ, ମହାମାରୀ କାରଣରୁ ଆର୍ଥିକ ସଙ୍କଟ ମଧ୍ୟରେ ବ୍ୟବସାୟୀଙ୍କ ମଧ୍ୟରେ ଆତ୍ମହତ୍ୟା ମାମଲା ୫୦ ପ୍ରତିଶତ ବୃଦ୍ଧି ଘଟିଥିଲା। ୨୦୨୦ ମସିହାରେ ମଧ୍ୟ କୃଷକଙ୍କ ଅପେକ୍ଷା ଅଧିକ ବ୍ୟବସାୟୀମାନେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏନସିଆରବି ରିପୋର୍ଟରେ ଏହା ପ୍ରକାଶ ପାଇଛି।

(ଏନସିଆରବି) ର ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୨୦ ମସିହାରେ ୧୧,୭୧୬ ବ୍ୟବସାୟୀ ଆତ୍ମହତ୍ୟାରେ  ମୃତ୍ୟୁବରଣ କରିଥିଲେ। ସେହି ବର୍ଷ ୧୦,୬୭୭ ଜଣ ଚାଷୀ ଆତ୍ମହତ୍ୟା କରିଥିବା ରିପୋର୍ଟ ହୋଇଛି।

ଏହି ସମୟରେ, ବ୍ୟବସାୟୀଙ୍କ ମଧ୍ୟରେ ଆତ୍ମହତ୍ୟା ୨୦୧୯ ରେ ୨,୯୦୬ ରୁ ୨୦୨୦ ରେ ୪,୩୫୬ ଅର୍ଥାତ୍‌ ୪୯.୯ ପ୍ରତିଶତକୁ ବୃଦ୍ଧି ପାଇଛି।

Comments are closed.