Latest Odisha News

BREAKING NEWS

ମମିତା ହତ୍ୟାକାଣ୍ଡକୁ ନେଇ ପୁଣି ବିଜେଡିକୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ୱର : ମମିତା ହତ୍ୟାକାଣ୍ଡକୁ ନେଇ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ । କଳାହାଣ୍ଡି ଗସ୍ତ ପୂର୍ବରୁ ବିଜୁ ଜନତା ଦଳ ମୁଖପାତ୍ର ଦୁଇଟି ବହୁ ଚର୍ଚ୍ଚିତ ଘଟଣା ଉପରେ ଭିଡିଓ ଗଣମାଧ୍ୟକୁ ଦେଖାଇ ବିଜୁ ଜନତା ଦଳ ନାରୀ ବିରେଧୀ ନୁହେଁ ବୋଲି କହିବାକୁ ଚେଷ୍ଟା କରିବା ଅତ୍ୟନ୍ତ ହାସ୍ୟସ୍ପଦ ବୋଲି କଂଗ୍ରେସ କହିଛି । ମମିତା ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେଡି ଯେତେ ବାଟବଣା କରିବାକୁ ଚେଷ୍ଟା କଲେ ମଧ୍ୟ ବିଜେଡିକୁ ଜନତା ବିଶ୍ୱାସ କରିବା ସ୍ଥିତିରେ ନାହାନ୍ତି ବୋଲି କଂଗ୍ରେସ କହିଛି।ବିଜେଡି ଦେଖାଇଥିବା ଭିଡିଓକୁ ଆଧାରକରି ବିଜେଡିକୁ ଓଲଟା ପ୍ରଶ୍ନ ଘେରକୁ ଆଣିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର।

ଟିକିରି ଘଟଣା ଉପରେ ଆଧାରିତ ପ୍ରଥମ ଭିଡିଓରେ ଷଡଯନ୍ତ୍ରକାରୀ ନେତ୍ରାନନ୍ଦ ଦଣ୍ଡସେନା ଦଣ୍ଡପାଇବା ଘଟଣାକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ ମୁଖ ଅଭିଯୁକ୍ତ କୁହାଯାଉଥିବା ଯୁବକ ଗିରଫ ହୋଇଛି କି ? ଦ୍ୱିତୀୟ ଭିଡିଓରେ କୁନ୍ଦୁଲି ଘଟଣାର ତଦନ୍ତକୁ ନେଇ ବାହାସ୍ପଟ ମାରୁଥିବା ବିଜେଡି କେତେ ଅପରାଧିକୁ ଧରିବାରେ ସଫଳ ହୋଇଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ପିପିଲି ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା କ୍ରାଇମବ୍ରାଞ୍ଚ ତଥ୍ୟ ଓ ପ୍ରମାଣ ଯୋଗାଇଦେବାରେ ବିଫଳ ହେବାରୁ ଅଭିଯୁକ୍ତ ନିର୍ଦୋଷରେ ଖଲାସ ହୋଇଥିଲା।

ଅନ୍ୟପଟେ ବ୍ରହ୍ମଗିରି ରେବେଣା ନୂଆଗାଁ ଆୟୁଷ ଡାକ୍ତରାଣୀ ମାଧବିଲତା ମୃତ୍ୟୁ ଘଟଣାରେ ଜିଆରପି ପୋଲିସ ଶବ ବ୍ୟବଚ୍ଛେଦ ପରେ ଯେଉଁ ସ୍ଥାନରେ ମୃତ ଦେହ ପୋତିଥିଲା । ଯେତେବେଳେ ମାନ୍ୟବର ଉଚ୍ଚନ୍ୟାୟାଳୟ ଘଟଣାରେ ହସ୍ତକ୍ଷେପ କରି ପରିବାର ପକ୍ଷରୁ ଶବକୁ ହସ୍ତାନ୍ତର କରିବା ପାଇଁ ନର୍ଦ୍ଦେଶ ଦେଲେ ହଠାତ ଘଟଣା ସ୍ଥଳରୁ ଶବ କୁଆଡେ ଗାଏବ ହୋଇଯାଇଥିଲ। ଯାହା ଏବେ ରହସ୍ୟ ଘରରେ ରହିଛି।

ଏହି ଘଟଣାକୁ ନେଇ ଶ୍ରୀ ମିଶ୍ର ସିଧାସଳଖ ରାଜ୍ୟ ସରକାରଙ୍କୁ ନିଶାଣ କରିଛନ୍ତି। ଅନ୍ୟପଟେ ଷଡଯନ୍ତ୍ରକାରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ସରକାର କଣ ପାଇଁ ସୁରକ୍ଷା ଦେଉଛନ୍ତି। ଏଥିରୁ ଜଣାପଡୁଛି ଯେ ପୂର୍ବ ଘଟଣା ପରି ଏହି ଘଟଣାରେ ଅଭିଯୁକ୍ତ ଖସି ଯିବାରେ ଅଧିକ ସମ୍ଭାବନା ରହିଛି । ଅନ୍ୟପଟେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତାଫା ଦାବି କରିଛି କଂଗ୍ରେସ।ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ।

Leave A Reply

Your email address will not be published.