Latest Odisha News

BREAKING NEWS

ବ୍ରହ୍ମଗିରି ନାଥପୁରରେ ବୋମାମାଡ଼ ଘଟଣା, ବମ୍ ସ୍କ୍ବାଡର ତଦନ୍ତ, ୩ ଅଟକ

ବ୍ରହ୍ମଗିରି : ସରକାରୀ ଜମିରେ ଘର ନିର୍ମାଣକୁ ନେଇ ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳର ନାଥପୁରରେ ବୋମାମାଡ଼ ମାମଲାରେ ଆରମ୍ଭ ହୋଇଛି ଛାନବିନ । ଘଟଣାରେ ୩ ଜଣଙ୍କୁ ପୋଲିସ ଅଟକ ରଖିଛି । ଏହାସହ ବମ୍ ସ୍କ୍ବାଡ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ତେବେ ଘଟଣା ଉପରେ କଡ଼ା ନଜର ରଖାଯାଇଥିବା କହିଛନ୍ତି ପୁରୀ ଏସପି କେ.ବିଶାଲ ସିଂ । ଅନ୍ୟପଟେ ଗିରଫଦାରୀ ଭୟରେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି ।

ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା । ଫଳରେ ଗୋଟିଏ ଗୋଷ୍ଠୀର ଘର ଜାଳି ଦେଇଥିଲେ ବିରୋଧୀ ଗୋଷ୍ଠୀ । ଏହାପରେ ଗାଁରେ ହୋଇଥିଲା ତୁହାକୁ ତୁହା ବୋମାମାଡ । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ୪୦ରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିଲେ । ନାଥପୁର ଗାଁର ଏକ ସରକାରୀ ଜମିକୁ ଜବରଦଖଲ କରି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକ ଘର କରି ରହି ଆସୁଥିଲେ । ଯାହାକୁ ସାତପଡ଼ା ଅଞ୍ଚଳର ୩୫ ମୌଜା ବିରୋଧ କରି ଆସୁଥିଲେ । ଏନେଇ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ୩୫ ମୌଜା ଲୋକେ ବୈଠକ କରିବାକୁ ଡାକିଥିଲେ । ମାତ୍ର ବୈଠକକୁ ନଆସି ତାଙ୍କୁ ଡାକିବାକୁ ଯାଇଥିବା ଲୋକଙ୍କୁ ସେମାନେ ଆକ୍ରମଣ କରିଥିଲେ । ଏହାପରେ ଘଟଣା ଉଗ୍ରରୂପ ନେଇଥିଲା ।

Comments are closed.