Latest Odisha News

ଖଡଗପୁର ଓ ଯାଜପୁର କେନ୍ଦୁଝର ରୋଡ୍ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ଖଡଗପୁର ଓ ଯାଜପୁର କେନ୍ଦୁଝର ରୋଡ ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଆସନ୍ତା ୧୨ ତାରିଖରୁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି ରେଳବାଇ । ୦୮୦୩୭ ଖଡଗପୁର-ଯାଜପୁର କେନ୍ଦୁଝର ରୋଡ ସ୍ପେଶାଲ ଆସନ୍ତା ୧୨ ତାରିଖରୁ ଖଡ଼ଗପୁରରୁ ଅପରାହ୍ନ ୪ଟା ୧୫ରେ ଛାଡି ଯାଜପୁର କେନ୍ଦୁଝର ରୋଡ଼ରେ ରାତି ୯ଟା ୪୦ରେ ପହଞ୍ଚିବ । ଫେରିବା ଦିଗରେ ୦୮୦୩୮ ଯାଜପୁର କେନ୍ଦୁଝର ରୋଡ଼-ଖଡଗପୁର ସ୍ପେଶାଲ ଆସନ୍ତା ୧୩ ତାରିଖରୁ ଯାଜପୁର କେନ୍ଦୁଝର ରୋଡ଼ରୁ ଭୋର ୬ଟା ୧୦ରେ ଛାଡି ଖଡଗପୁରରେ ଦିନ ୧୧ଟାରେ ପହଞ୍ଚିବ ।

ଏହି ଟ୍ରେନ୍ ଗଠନରେ ୩ଟି ମୋଟର କାର୍ ଏବଂ ୯ଟି ମେମୁ କୋଚ୍ ଉପଲବ୍ଧ ଥିବା ବେଳେ ଏହା ଖଡଗପୁର ଓ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ଉଭୟ ପାର୍ଶ୍ବରୁ ହିଜଲି, ବେନାପୁର, ନାରାୟଣଗଡ, ବଖରାବାଦ, ବେଲଦା, ନେକୁରଶେଣୀ, ଦନ୍ତନ, ଆଙ୍ଗୁଆ, ଲକ୍ଷ୍ମଣନାଥ ରୋଡ, ଜଳେଶ୍ବର, ରାଜଘାଟ, ଅମର୍ଦା ରୋଡ, ବସ୍ତା, ନୁଆଗାଓଁ ମୟୂରଭଞ୍ଜ ରୋଡ, ହଲଦୀପଦା, ଟିକିରାପାଲ, ବାଲେଶ୍ବର, ନୀଳଗିରି ରୋଡ, ଖନ୍ତାପଡ଼ା, ପଣପଣା, ବାହାନାଗା ବଜାର, ସୋର, ସାବିରା, ମାର୍କୋଣା, ରାଣୀତାଲ, ଭଦ୍ରକ, ବଉଦପୁର, କପାଳୀ ରୋଡ, କେନ୍ଦୁଆପଦା, ମଞ୍ଜୁରୀ ରୋଡ, ଦୁଲାଖାପାଟଣା, ବୈତରଣୀ ରୋଡ ଏବଂ କୋରେଇ ଷ୍ଟେସନରେ ରହଣି କରିବ ।

Leave A Reply

Your email address will not be published.