Latest Odisha News

ବଣାଇଁରେ ଆତଙ୍କ ମଚାଉଥିବା ଡାକୟତ ଗ୍ୟାଙ୍ଗ ଗିରଫ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରେ ଆତଙ୍କ ମଚାଇ ଲୁଟ୍ ତରାଜ ଚଳାଇଥିବା ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଲହୁଣିପଡ଼ା ପୋଲିସ । ଲହୁଣିପଡ଼ା ଥାନା ଅନ୍ତର୍ଗତ ଏକ ଜନସେବା କେନ୍ଦ୍ର, ଏକ ବିଦେଶୀ ମଦ ଦୋକାନରୁ ବନ୍ଧୁକ ମୁନରେ ଡକାୟତି କରିବା ସହ କେ. ବଲାଙ୍ଗ ଥାନା ଅଞ୍ଚଳର ଏକ ଜନସେବା କେନ୍ଦ୍ରରୁ ଡକାୟତି କରିଥିଲେ ଏହ ଗ୍ୟାଙ୍ଗ । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ମୋବାଇଲ ଟ୍ରାକିଂ କରି ଏହି ଗ୍ୟାଙ୍ଗର ୬ ଜଣଙ୍କୁ ପୋଲିସ ଗିରଫ କରିଛି ।

ଗିରଫ ଡକାୟତମାନେ ହେଲେ ଗୁରୁଣ୍ଡିଆ ଅଞ୍ଚଳର ପ୍ରଦୀପ ଖାଲକୋ, ରଞ୍ଜିତ ମୁଣ୍ଡା, ମୁନା ଖାଲକୋ, ରାଜଗାଙ୍ଗପୁରର ବୀରେନ୍ଦ୍ର ନନ୍ଦ, ପ୍ରଦୀପ କୁଜୁର ଓ ବୀରମିତ୍ରପୁରର ରୋହିତ୍ ମନ୍ଦୋଦରୀ । ସେମାନଙ୍କ ଠାରୁ ୩ଟି ପିସ୍ତଲ, ୪ ରାଉଣ୍ଡ ଅଫୁଟା ଗୁଳି, ୪ଟି ବାଇକ୍, ୧୪ଟି ମୋବାଇଲ, ନଗଦ ୧୪ ହଜାର ୫୦୦ ଟଙ୍କା ଜବତ ହୋଇଛି । ଏମାନଙ୍କ ନାଁରେ ଅନେକ ଅପରାଧିକ ମାମଲା ଥିବା ବେଳେ, ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.