ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତ ବାୟୋଟେକର ସ୍ୱଦେଶୀ ଟିକା କୋଭାକ୍ସିନ ୭୭.୮ ପ୍ରତିଶତ ପ୍ରଭାବୀ । ଲକ୍ଷଣଯୁକ୍ତ କରୋନା କେସରେ ଏହା ଫଳପ୍ରଦ । କୋଭାକ୍ସିନର ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ପରେ ଏହାର ନିରାପତ୍ତା ଓ ଫଳପ୍ରଦତା ଉପରେ ଏଭଳି ତଥ୍ୟ ଦେଇଛି ମେଡିକାଲ୍ ଜର୍ଣ୍ଣାଲ ଲାନସେଟ୍ ।
କୋଭାକ୍ସିନ ଟିକା ଡେଲ୍ଟା ଭାରିଆଣ୍ଟ ବିରୋଧରେ ୬୫.୨% ଫଳପ୍ରଦ । ସେହିପରି ଅଧିକ ଲକ୍ଷଣଯୁକ୍ତ ସଂକ୍ରମଣ କେସରେ ୯୩.୪ ପ୍ରତିଶତ ପ୍ରଭାବୀ । ସାମାନ୍ୟ ଲକ୍ଷଣଯୁକ୍ତ କୋଭିଜ୍ କେସରେ କୋଭାକ୍ସିନ ୬୩.୬ ପ୍ରତିଶତ ଫଳପ୍ରଦ । ୪ ମାସ ତଳେ ଭାରତ ବାୟୋଟେକ୍ ଏହି ଅଧ୍ୟୟନ କରିଥିଲା ।
ତୃତୀୟ ପର୍ୟ୍ୟାୟ ଟ୍ରାଏଲ୍ ଦେଶର ୨୫ଟି ସ୍ଥାନରେ ୨୫ହଜାର ୮୦୦ ସ୍ୱେଚ୍ଛାସେବୀଙ୍କ ପାଖରେ କରାଯାଇଥିଲା । ‘କୋଭାକ୍ସିନ୍’ ହେଉଛି ଏକମାତ୍ର ଟିକା ଯାହାକୁ ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ବେଳେ ଡେଲ୍ଟା ଭାରିଆଣ୍ଟ୍ ବିପକ୍ଷରେ ପ୍ରୟୋଗ କରାଯାଇଥିଲା ।
Comments are closed.