Latest Odisha News

ମହିଳା ଇନ୍ସପେକ୍ଟରଙ୍କ ମହାନତା: ଏମିତି କାମ କଲେ ଯେ ସବୁରି ମୁହଁରେ ତାଙ୍କ ପ୍ରଶଂସା

ଚେନ୍ନାଇ: ଲଘୁଚାପ ବର୍ଷାରେ ବେହାଲ୍ ତାମିଲନାଡୁ । ଅନେକ ଧନ ଜୀବନ ଗଲାଣି । ଭାସୁଛି ଚେନ୍ନାଇ । ଜୋରସୋରରେ ଉଦ୍ଧାର ଅଭିଯାନ ଚାଲିଥିବା ବେଳେ ଜଣେ ମହିଳା ଇନ୍ସପେକ୍ଟରଙ୍କୁ ନେଇ ଏବେ ସବୁଠୁ ଚର୍ଚ୍ଚା । ତାଙ୍କର ସାହସ ଓ ମହାନତା ପାଇଁ ଚାରିଆଡୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ଆପଣମାନେ ଫଟୋରେ ଦେଖୁଥିବା ଏହି ମହିଳା ଇନ୍ସପେକ୍ଟର ହେଉଛନ୍ତି ରାଜେଶ୍ୱରୀ । ଅଚେତ୍ ଅବସ୍ଥାରେ ପଡ଼ିଥିବା ଜଣେ ଯୁବକଙ୍କୁ ନିଜ କାନ୍ଧରେ କାନ୍ଧେଇ ଅଟୋରେ ଭର୍ତ୍ତି କରି ହସ୍ପିଟାଲ ପହଞ୍ଚାଇଥିଲେ ।

ବର୍ଷା ଓ ବନ୍ୟା ସହ ତାମିଲନାଡୁ ଜୁଝି ହେଉଥିବା ବେଳେ ଗତକାଲି ଉଦ୍ଧାର ବେଳେର ଏହି ଚିତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ସାହାସୀ ରାଜେଶ୍ୱରୀଙ୍କ ଏଭଳି ସାହସକୁ ସମସ୍ତେ ଭୂରି ଭୂରି ପ୍ରଶଂସା କରିଛନ୍ତି । ତାଙ୍କୁ ଆଜି ସମ୍ବର୍ଦ୍ଧିତ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ । ସେହିପରି ତାମିଲନାଡୁ ପୋଲିସ ବି ରାଜେଶ୍ୱରୀଙ୍କ ଏଭଳି କାମକୁ ପ୍ରଶଂସା କରିଛି ।

ଗତକାଲି ବର୍ଷା ପରେ ସ୍ଥିତି ଅନୁଧ୍ୟାନ ପାଇଁ ଚେନ୍ନାଇର ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଯାଉଥିଲେ ରାଜେଶ୍ୱରୀ । ଏତିକିବେଳେ ରାସ୍ତାରେ ଜଣେ ଯୁବକ ସଜ୍ଞାହୀନ ଅବସ୍ଥାରେ ପଡିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରା ରାଜେଶ୍ୱରୀ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଥିଲେ । ଠିକ୍ ସମୟରେ ଚିକିତ୍ସା ଯୋଗୁ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ରାଜେଶ୍ୱର ଚେନ୍ନାଇର ଟିପି ଚେତରାମ ପୋଲିସ ଷ୍ଟେସନରେ କାର୍ୟ୍ୟରତ ଅଛନ୍ତି ।

Comments are closed.