Latest Odisha News

BREAKING NEWS

ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ

ଭୁବନେଶ୍ୱର: ବହୁଚର୍ଚ୍ଚତ ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ପ୍ରତିକ୍ରିୟା ଆସିଛି। ସୌମ୍ୟ ହତ୍ୟା ମାମଲାରେ ଲାଇ ଡିଟେକ୍ସନ ଟେଷ୍ଟ ନେଇ ଡିଜିପି ଦେଇଛନ୍ତି ପ୍ରତିକ୍ରିୟା। ପୋଲିସ ଡିଜି ବିନୟତୋଷ ମିଶ୍ର କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି। କୌଣସି ବାହ୍ୟ ଚାପ ନାହିଁ । ଯେତେବେଳେ କାହାର ବୟାନ ଉପରେ ସନ୍ଦେହ ସୃଷ୍ଟି ହୁଏ, ସେତେବେଳେ ହିଁ ଲାଇ ଡିଟେକ୍ସନ୍ ଟେଷ୍ଟ କରାଯାଏ । କୌଣସି ବ୍ୟକ୍ତି ଅଭିଯୋଗ ଆଣିଲା ମାତ୍ରେ ପ୍ରଥମରୁ ହିଁ ତାଙ୍କୁ ସନ୍ଦେହ କରି ଲାଇ ଡିଟେକ୍ସନ୍ କରିବା ତଦନ୍ତର ମୂଳ ସିଦ୍ଧାନ୍ତ ବିରୁଦ୍ଧ ଅଟେ।

ଯେଉଁଠାରେ ତଦନ୍ତକାରୀ ଟିମ୍‌କୁ ସନ୍ଦେହ ଲାଗିଥିଲା, ସେଠାରେ ସୌମ୍ୟଙ୍କ ସାଙ୍ଗ ଓମ୍‌ଙ୍କର ପୋଲିଗ୍ରାଫ୍ ଟେଷ୍ଟ କରାଯାଇସାରିଛି । ସୌମ୍ୟ ହତ୍ୟା ମାମଲାର ତଦନ୍ତ ପ୍ରକ୍ରିୟାରେ ଯେଉଁଠି ସନ୍ଦେହ ଉପୁଜିଛି ସେହିଠାରେ ହିଁ ପଲିଗ୍ରାଫ୍ ଟେଷ୍ଟ ହୋଇଛି । ଏହାସହ କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରଫେସନାଲ୍ ଭାବେ କାର୍ଯ୍ୟ କରୁଛି ଏବଂ କୌଣସି ବାହ୍ୟ ଚାପରେ କାମ କରିବାର ପ୍ରଶ୍ନ ଉଠୁନାହିଁ । ଘଟଣାର ପ୍ରାରମ୍ଭିକ ପର୍ଯ୍ୟାୟରେ FIRରେ କେବଳ ଡାକନାମ ଥିବାରୁ ଓ ଚାପ ଯୋଗୁଁ କିଛି ଲୋକଙ୍କୁ ଗିରଫ କରାଯାଇଥିଲା ।

କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ନିର୍ଦ୍ଦୋଷ ବୋଲି ଜାଣିବା ପରେ ତାଙ୍କୁ ଛାଡ଼ି ଦିଆଯାଇଛି । ସୌମ୍ୟଙ୍କ ବାପା ଉଠାଇଥିବା ପ୍ରତ୍ୟେକଟି ପଏଣ୍ଟକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଘଟଣାର ତାରିଖ, ସମୟ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ, ଭିଡିଓ ଫୁଟେଜ୍ ଓ ସାଇଣ୍ଟିଫିକ୍ ପ୍ରମାଣ ଭିତ୍ତିରେ ତଦନ୍ତ ଜାରି ରହିଛି । ଯେପର୍ଯ୍ୟନ୍ତ ଏ ଘଟଣାର ପୂର୍ଣ୍ଣାଙ୍ଗ ସତ୍ୟାସତ୍ୟ ସାମ୍ନାକୁ ନ ଆସିଛି, ସେପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟା ନିରବଚ୍ଛିନ୍ନ ଭାବେ ଜାରି ରହିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.