Latest Odisha News

ଟି୨୦ ବିଶ୍ୱକପ ଫାଇନାଲ: ଫିଲ୍ଡ ଅମ୍ପାୟର ଦାୟିତ୍ୱ ତୁଲାଇବେ ଇରାସମସ, କେଟଲବର୍ଗ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟ ଫାଇନାଲ ପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଜି ଅମ୍ପାୟରଙ୍କ ନାମ ଘୋଷଣା କରିଛି । ଦକ୍ଷିଣ ଆଫ୍ରିକାର ମାରାଇସ ଇରାସମସ ଓ ଇଂଲଣ୍ଡର ରିଚାର୍ଡ କେଟଲବର୍ଗ ଫିଲ୍ମ ଅମ୍ପାୟର ଦାୟିତ୍ୱ ତୁଲାଇବେ । ସେହିପରି ଭାରତର ନୀତିନ ମେନନ ଟିଭି ଅମ୍ପାୟର ହେବ । ରବିବାର ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

ଶ୍ରୀଲଙ୍କାର ପୂର୍ବତନ ଅଫ ସ୍ପିନର କୁମାର ଧର୍ମସେନା ଚତୁର୍ଥ ଅମ୍ପାୟର ଭାବେ ମ୍ୟାଚ ପରିଚାଳନା କରିବେ । ଇଂଲଣ୍ଡକୁ ହରାଇ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନକୁ ପରାଜିତ କରି ଅଷ୍ଟ୍ରେଲିଆ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି ।

Comments are closed.